‘ଗଡଫାଦର’ ଟିଜର୍ ରିଲିଜ୍, ସାଉଥ୍ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ନଜର ଆସିବେ ସଲମାନ ଖାନ


ଆଜି ସମସ୍ତେ ସାଉଥ୍ ଫିଲ୍ମକୁ ପସନ୍ଦ କରୁଥିବା ଦେଖାଯାଉଛି। ବଲିଉଡରେ ଏମିତି କେହି ବ୍ୟକ୍ତି ନାହାଁନ୍ତି, ଯିଏକି ସାଉଥ୍ ଫିଲ୍ମର ରିମେକ୍ କରୁନାହାଁନ୍ତି। ଅର୍ଥାତ୍ ବଲିଉଡ ଉପରେ ଆଜିକାଲି ସାଉଥ୍ ର ଦବଦବା ରହିଛି। ଏହାର ପ୍ରଭାବ ସଲମାନ ଖାନଙ୍କ ଉପରେ ମଧ୍ୟ ପଡିଛି। ସେଥିପାଇଁ ସେ ଗଡଫାଦର ଫିଲ୍ମ ପାଇଁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ହାତ ମିଳାଇଛନ୍ତି। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ଏହି ଫିଲ୍ମର ଟିଜର ରିଲିଜ୍ ହୋଇଛି।

ସୁପରଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ ‘ଗଡଫାଦର’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ଏବେ ନିର୍ମାତା ଏହି ଫିଲ୍ମର ଟିଜର ରିଲିଜ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାମ୍ନାକୁ ଆସିଥିବା ଏହି ଟିଜରରେ ଦେଖିବାକୁ ମିଳିଛି, ଏକ କାର ଲୋକଙ୍କ ମଧ୍ୟରେ ଯାଉଛି, ଯେଉଁଥିରୁ ଚିରଞ୍ଜୀବୀ ଓହ୍ଲାଉଛନ୍ତି। କଳା କୁର୍ତ୍ତା-ପାଇଜାମା ଏବଂ କଳା ଚଷମା ପିନ୍ଧି ମେଗାଷ୍ଟାର ରାଉଡି ପରି ଦେଖାଯାଉଛନ୍ତି।

ଅଭିନେତାଙ୍କ ଏହି ଲୁକକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି। ଏହି ଫିଲ୍ମକୁ ନେଇ କ୍ରେଜ୍ କେବଳ ସାଉଥ ଦର୍ଶକଙ୍କ ମଧ୍ୟରେ ନୁହେଁ, ହିନ୍ଦୀ ବେଲ୍ଟର ଲୋକଙ୍କ ମଧ୍ୟରେ ମଧ୍ୟ ରହିଛି। କାରଣ ସଲମାନ ଖାନ୍ ସାଉଥ୍ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ଯେଉଁ କାରଣରୁ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି। ଟିଜର ଭିଡିଓ ସହିତ ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ ମଧ୍ୟ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ଅଭିନେତାଙ୍କ ପ୍ରଥମ ଲୁକ୍ ପୋଷ୍ଟର ସେୟାର କରିଛନ୍ତି। ଏହାକୁ ସେୟାର କରି ସେ ଲେଖିଛନ୍ତି ‘ଗଡଫାଦର ଆସିଗଲେ’। ଚିରଞ୍ଜୀବୀଙ୍କୁ ଏହି ପୋଷ୍ଟରେ ସଂପୂର୍ଣ୍ଣ ରାଉଡି ଲୁକରେ ଦେଖିବାକୁ ମିଳିଛି।


Share It

Comments are closed.