ଆସନ୍ତା ୮ରେ ଓଡିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ


ଆସନ୍ତା ୮ରେ ଓଡିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶାର ବିଧାୟକ ଓ ସାଂସଦଙ୍କୁ ଭେଟି ଭୋଟ ଭିକ୍ଷା କରିବେ ଶ୍ରୀମତୀ ମୁର୍ମୁ । ପ୍ରଥମେ ବିହାର, ଝାଡ଼ଖଣ୍ଡ, ତାମିଲନାଡୁ ଓ ତେଲେଙ୍ଗାନା ପରେ ଓଡ଼ିଶା ଆସିବେ ମୁର୍ମୁ । ଏହାପରେ ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାମ ଚୟନ କରିଛି । ରାଇସିନା ହିଲ୍‌ ଦୌଡ଼ରେ ବିଜୟୀ ହେଲେ ଦ୍ରୌପଦୀ ହେବେ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି । ତେବେ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ଓଡ଼ିଶା ପ୍ରଦେଶ କଂଗ୍ରେସ ମନା କରିଦେଇଛି ।


Share It

Comments are closed.