ଶରୀରରେ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି କରିବା ପାଇଁ ନିତିଦିନିଆ ଡାଏଟରେ ସାମିଲ କରନ୍ତୁ ଏହି ସମସ୍ତ ଖାଦ୍ୟ-


ଶରୀରରେ ରକ୍ତ କୋଷରେ ଥିବା ଆଇରନ ଯୁକ୍ତ ପ୍ରୋଟିନକୁ ହିମୋଗ୍ଲୋବିନ କୁହାଯାଏ । ଏହା ଶରୀରରେ ରକ୍ତ ପ୍ରବାହରେ ସାହାଯ୍ୟ କରିଥାଏ । ଶରୀରରେ ହିମୋଗ୍ଲୋବିନର ମାତ୍ରା କମ ହେବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଶରୀରରେ ପ୍ଲେଟଲେଟ ଏବଂ ହିମୋଗ୍ଲୋବିନର ମାତ୍ରା କମ ହେବା ଦ୍ୱାରା ଏନିମିଆ ତଥା ରକ୍ତ ହିନତା, ମୁଣ୍ଡ ବିନ୍ଧା, ଦୁର୍ବଳତା, ତୀବ୍ର ହୃଦସ୍ପନ୍ଦନ ପରି ସମସ୍ୟା ଦେଖାଯାଏ । ଆପଣଙ୍କ ଶରୀରରେ ହିମୋଗ୍ଲୋବିନର ମାତ୍ରା କମ ଥିଲେ ଆପଣ ଆଇରନ ଯୁକ୍ତ ଏବଂ ଫୋଲେଟ ଯୁକ୍ତ ଖାଦ୍ୟ ବେଶି ମାତ୍ରାରେ ଗ୍ରହଣ କରନ୍ତୁ ।  ଆସନ୍ତୁ ଜାଣିବା ଶରୀରରେ ହିମୋଗ୍ଲୋବିନର ମାତ୍ରାକୁ ବୃଦ୍ଧି କରିବା ପାଇଁ ଖାଇବେ କେଉଁ ପ୍ରକାରର ଖାଦ୍ୟ . . . . .

୧.   ପାଳଙ୍ଗ – ପାଳଙ୍ଗ ଶାଗ ଆଇନର ଏକ ଉତ୍ତମ ସ୍ରୋତ ଅଟେ । ଆପଣ ପାଳଙ୍ଗ ଶାଗ ସହିତ ଲେମ୍ବୁ ରସ ମିଶାଇ ଖାଇ ପାରିବେ କାରଣ ସାଇଟ୍ରିକ ଏସିଡ ଶରୀରରେ ଆଇରନର ଶୋଷଣକୁ ସଠିକ କରିଥାଏ ।

୨.   ବ୍ରୋକଲି – ଏଥିରେ ଉଭୟ ଆଇରନ ଏବଂ ଭିଟାମିନ ସି ରହିଛି ଯାହା ଶରୀରରେ ଖୁବ ଶୀଘ୍ର ମିଶି ହିମୋଗ୍ଲୋବିନର ମାତ୍ରା ବୃଦ୍ଧି କରିଥାଏ ।

୩.   ଗ୍ରିନ ମଟର – ଶୀତ ଦିନେ ଉପଲବ୍ଧ ହେଉଥିବା ଗ୍ରିନ ମଟର ଶରୀରରେ ଆଇରନର ମାତ୍ରା ବୃଦ୍ଧି କରିଥାଏ । ତେଣୁ ଆପଣ ନିଜ ଡାଏଟରେ ଗ୍ରିନ ମଟରର ମିଶ୍ରଣ ନିଶ୍ଚିନ୍ତ ଭାବେ କରନ୍ତୁ ।

୪.   ଖଜୁରୀ–ଖଜୁରୀ ଆଇରନ ଏବଂ ଫୋଲିକ ଏସିଡର ଏକ ଉତ୍ତମ ସ୍ରୋତ ଅଟେ । ଏହା ଶରୀରରେ ତୁରନ୍ତ ଆଇରନର ମାତ୍ରା ବୃଦ୍ଧି କରିଥାଏ ।

୫.   ଲୁହାର ବାସନ – ଆପଣ ଲୁହା ବାସନରେ ରୋଷେଇ କରିବା ଦ୍ୱାରା ମଧ୍ୟ ୪୦ ପ୍ରତିଶତ ଆଇରନ ଆପଣଙ୍କ ଖାଦ୍ୟରେ ମିଶିଥାଏ ।

୬.   ଗୁଡ – ଗୁଡ ଆଇରନର ଏକ ଉତ୍ତମ ସ୍ରୋତ ଅଟେ । ଶରୀରରେ ଆଇରନର ମାତ୍ରା ବୃଦ୍ଧି କରିବା ପାଇଁ ଆପଣ ଖାଲି ପେଟରେ ଗୁଡର ସେବନ କରନ୍ତୁ । ଏହା ଦ୍ୱାରା ଶରୀରରେ ତୁରନ୍ତ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି ହୋଇଥାଏ ।

୭.   କଳା ଚଣା – ଆପଣ ଶରୀରରେ ରକ୍ତହୀନତା ଏବଂ ହିମୋଗ୍ଲୋବିନର କମ ଥିବା ସମସ୍ୟା ଦେଖାଯାଉଥିଲେ ଆପଣ ପ୍ରତିଦିନ କଳା ଚଣାର ସେବନ କରନ୍ତୁ । କଳା ଚଣାକୁ ସିଝାଇ ଲେମ୍ବୁ  ରସ ସହିତ ମିଶାଇ ସେବନ କରିପାରିବେ ।

୮.   ଡାଳିମ୍ବ – ଶରୀରରେ ରକ୍ତହୀନତା ଦୂର କରିବା ପାଇଁ ଆପଣ ଆପଣଙ୍କ ଖାଦ୍ୟରେ ଡାଳିମ୍ବର ମିଶ୍ରଣ କରନ୍ତୁ । ରକ୍ତହୀନତା ଦେଖାଯାଉଥିବା ଲୋକମାନେ ଡାଳିମ୍ବ ରସ ମଧ୍ୟ ପିଇପାରିବେ ।

୯.   ବିଟ ରୁଟ – ବିଟ ରୁଟ ତ୍ୱଚା ଏବଂ କେଶ ପାଇଁ ଉପକାରୀ ହେବା ସହିତ ଏହା ଶରୀରରେ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

୧୦. କଖାରୁ ମଞ୍ଜି – କଖାରୁ ମଞ୍ଜି କପର, ଆଇରନ ଏବଂ ମ୍ୟାଗ୍ନେସିୟମର ଉତ୍ତମ ସ୍ରୋତ ଅଟେ । ଏହା ଜିଙ୍କର ଏକ ଉତ୍ତମ ସ୍ରୋତ ମଧ୍ୟ । ଆପଣ ପ୍ରତିଦିନ ନିଜର ଖାଦ୍ୟରେ କଖାରୁ ମଞ୍ଜିର ମିଶ୍ରଣ କରନ୍ତୁ ଯାହା ଶରୀରରେ ତୁରନ୍ତ ରକ୍ତହୀନତାର ସମସ୍ୟାରୁ ଦୂର କରିଥାଏ ।

 


Share It

Comments are closed.