ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଗୋଆ ଷ୍ଟ୍ରାାଇକରଙ୍କ ଚମକ


ଗୋଟିଏ ଗତିରୋଧ ମଧ୍ୟରେ ଖେଳ ଅଟକିଯିବା ସହିତ, ଏକ ଘଣ୍ଟାରୁ ଅଧିକ ସମୟର ଖେଳ ପରେ ଗୋଆ ୟୁନସିଭର୍ସିଟିର ମୁଖ୍ୟ ଏବଂ ସମର୍ଥନ ସଦସ୍ୟମାନେ ଚିନ୍ତିତ ହେବାର ସମସ୍ତ କାରଣ ରହିଥିଲା । ସେମାନେ ପ୍ରିୟ ହୋଇପାରନ୍ତି କିନ୍ତୁ ସେମାନେ ଆୟୋଜନକାରୀ କିଟ ବିପକ୍ଷରେ ମଧ୍ୟ ଠିଆହୋଇଥିଲେ ଏବଂ ଏପରି ପରିଲକ୍ଷିତ ହେଉଥିଲା ଯେପରି ବିଜୟର ନିଷ୍ପତି ପାଇଁ ଗୋଟିଏ ଗୋଲ ହିଁ ସବୁକିଛି ଥିଲା ।

ଅଥଚ ସେମାନଙ୍କର ମୁଖ୍ୟ କୋଚ, ଗିରିଦେବୀ ଦେଶାଇ ଶାନ୍ତଚିତ ଥିଲେ । ସର୍ବ ଶେଷରେ ସେ ଜାଣିଥିଲେ ଯେ ଗୋଆ ୟୁନିଭର୍ସିଟି ମହିଳା ଟିମ ପାଖରେ ଗୋଟିଏ ଟ୍ରମ୍ପକାର୍ଡ ଥିଲା, ଜଣେ ଏଭଳି ପ୍ରତିଭାବାନ ଷ୍ଟ୍ରାାଇକର ଯାହାଙ୍କୁ ଭୁବନେଶ୍ୱର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ ପିଚରେ ଅନ୍ୟ କେତେକ ଶ୍ରେଷ୍ଠ ଖେଳାଳୀ ଭାବେ ପ୍ରତିଯୋଗୀତା କରିବେ । ସେମାନଙ୍କର ଏହି ଟ୍ରମ୍ପକାର୍ଡ, କରିସ୍ମା ସିର୍ଭୋଏକର କେବଳ ନିଜକୁ ସ୍କୋରତାଲିକାରେ ରଖି ନ ଥିଲେ ବରଂ ପ୍ରତିଦ୍ୱନ୍ଦୀ ଦଳ ବିପକ୍ଷରେ କ୍ରମାଗତ ଭାବେ ଚାରୋଟି ଗୋଲ କରିଥିଲେ ।
ବହୁତ କମ୍ ବୟସରୁ ତାଙ୍କର ପ୍ରତିଭା ସୁଷ୍ପଷ୍ଟ ଥିଲା । ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରୁ ଫୁଟବଲ ଖେଳିବା ଆରମ୍ଭ କରିଥିଲେ । ତାଙ୍କ ଅଜ୍ଞାତରେ ସେ ପୂର୍ବରୁ ହିଁ ବଡ଼ ସଫଳତା ପାଇଁ ପ୍ରସ୍ତୁତ ହେଉଛନ୍ତି । ଚଳିତ ବର୍ଷ ପୂର୍ବରୁ କରିସ୍ମାଙ୍କୁ ସ୍ପେନରେ ପାଲାମୋଜ ସିଏଫ ସହିତ ପ୍ରଶିକ୍ଷିତ ହେବା ନିମନ୍ତେ ଚୟନ କରାଯାଇଥିଲା । ଜଣେ କମ ବୟସ୍କକଙ୍କ ପାଇଁ ଏହା ଏକ ବୃହତ ପଦକ୍ଷେପ ଏବଂ ତଥାପି ଏହା ଅଯୁକ୍ତିଯୁକ୍ତ ମଧ୍ୟ ନୁହେଁ ।

“କରିସ୍ମା ନିଶ୍ଚିତ ରୂପେ ଜଣେ ଭଲ ଖେଳାଳୀ । ଏବଂ ଅଧିକ ଖେଳ ସୁଯୋଗ ତାକୁ ଆହୁରି ପରିମାର୍ଜିତ କରିବ । ତେଣୁ ଏଥିପାଇଁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସକୁ ନିଶ୍ଚିତ କୃତଜ୍ଞତା ଦିଆଯିବା ଆବଶ୍ୟକ ।” ବୋଲି ଦେଶାଇ କହିଛନ୍ତି । କ୍ରୀଡ଼ାବିତମାନଙ୍କୁ ଖେଳ ସମୟ ଦେବା ନିହାତି ଆବଶ୍ୟକ । ଏହି ବାଳିକାଙ୍କ ମଧ୍ୟରୁ ଅନେକଙ୍କ ପାଇଁ ପିଚରେ ସମୟ ଏକ ଅଗ୍ରାଧିକାର ଏବଂ ତେଣୁ ମୁଲ୍ୟଯୁକ୍ତ ମଧ୍ୟ । ଏହା ସେମାନଙ୍କୁ ଦୀର୍ଘ ଅଭିଯାନ ପାଇଁ ସହାୟକ ହେବ । ”


Share It

Comments are closed.