ବଜାରକୁ ଆସିଲା ମାରୁତି ସୁଜୁକିର ସମ୍ପୂର୍ଣ୍ଣ ଶକ୍ତିଶାଳୀ ଏବଂ ଷ୍ଟାଇଲିଷ୍ଟ ଭିଟାରା ବ୍ରିଜା


ଅଟୋ ଏକ୍ସପୋ ୨୦୨୦ରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହାର ନୂତନ କାର୍ ଭିଟାରା ବ୍ରିଜାର ଉନ୍ମୋଚନ କରାଯିବା ସହିତ ଏହାର ମୂଲ୍ୟ ଘୋଷଣା କରାଯାଇଛି । ଏହାର ନୂତନତମ ଫର୍ମରେ କମ୍ପାକ୍ଟ ଏସ୍‌ୟୁଭି ଭିଟାରା ବ୍ରିଜା ଉନ୍ନତ ସ୍ପୋର୍ଟିନେସ୍‌, ବୋଲ୍ଡର୍ ଲୁକ୍‌, ମଜଭୁତ ଉପସ୍ଥିତି, ପ୍ରିମିୟମ ଇଂଟେରିୟର ଓ ଏକାଧିକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ପ୍ରଦାନ କରୁଛି । ଶକ୍ତିଶାଳୀ ୧.୫ ଲିଟର କେ-ସିରିଜ୍ ବିଏସ୍‌୬ ପେଟ୍ରୋଲ ଇଞ୍ଜିନ୍ ଦ୍ୱାରା ସଂଚାଳିତ ଭିଟାରା ବ୍ରିଜା ନିଶ୍ଚିତ ରୂପେ ଗ୍ରାହକଙ୍କୁ ଆକର୍ଷିତ କରୁଛି । ଏହି କମ୍ପାକ୍ଟ ଏସ୍‌ୟୁଭିରେ ସ୍ମାର୍ଟ ହାଇବ୍ରିଡ୍ ସହ ୫-ସ୍ପିଡ୍ ମାନୁଆଲ ଓ ଅତ୍ୟାଧୁନିକ ଅଟୋମାଟିକ୍ ଟ୍ରାନ୍ସମିଶନ ରହିଛି । ନୂଆ ଭିଟାରା ବ୍ରେଜା ୩ଟି ନୂତନ ଡୁଆଲ ଟୋନ୍ କଲର୍ ଅପ୍‌ସନ ସିଜ୍‌ଲିଙ୍ଗ୍ ରେଡ୍ ସହ ମିଡ୍‌ନାଇଟ୍ ବ୍ଲାକ୍ ରୁଫ୍‌, ଟର୍କ ବ୍ଲୁ ସହ ମିଡ୍‌ନାଇଟ୍ ବ୍ଲାକ୍ ରୁଫ୍ ଓ ଗ୍ରାନାଇଟ୍ ଗ୍ରେ ସହ ଅଟମ୍ନ ଅରେଞ୍ଜ ରୁଫ୍‌ରେ ଉପଲବ୍ଧ ହେଉଛି । ଏହି କାର୍‌ର ଏକ୍ସ ଶୋରୁମ୍ ଦିଲ୍ଲୀ ମୂଲ୍ୟ ୭,୩୪,୦୦୦ ଟଙ୍କାରୁ ଆରମ୍ଭ ହେଉଛି ।

ନୂତନ ଭିଟାରା ବ୍ରିଜାର ଶୁଭାରମ୍ଭ ଅବସରରେ ମାରୁତି ସୁଜୁକି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କେନିଚି ଆୟୁକାୱା କହିଛନ୍ତି ଯେ, “ଆମର ଗ୍ରାହକମାନେ ବିକଶିତ ହେଉଥିବା ବେଳେ ସେମାନଙ୍କର ଇଚ୍ଛା ଓ ଆକାଂକ୍ଷା ମଧ୍ୟ ବଢୁଛି । ଭିଟାରା ବ୍ରେଜା ଗତ ୪ ବର୍ଷ ମଧ୍ୟରେ ସର୍ବାଧିକ ଶକ୍ତିଶାଳୀ ବ୍ରାଣ୍ଡରେ ପରିଣତ ହୋଇପାରିଛି । ଏହି ମଜଭୁତ, ସହରୀ ଓ ପ୍ରିମିୟମ ଦୃଷ୍ଟିକୋଣକୁ ବଜାୟ ରଖି ନୂଆ ଭିଟାରା ବ୍ରିଜା ଅଧିକ ବୋଲ୍ଡର, ସ୍ପୋର୍ଟିୟର ଓ ଶକ୍ତିଶାଳୀ ହୋଇଛି । ଗ୍ରାହକଙ୍କ ଉତ୍ସାହଜନକ ପ୍ରତିକ୍ରିୟା ସହ ନୂଆ ଭିଟାରା ବ୍ରିଜା ଏହାର ପୂର୍ବାଧିକାରୀଙ୍କ ସମୃଦ୍ଧ ସାମ୍ରାଜ୍ୟକୁ ଆଗକୁ ବଢାଇବ ବୋଲି ଆମର ଦୃଢ ବିଶ୍ୱାସ ରହିଛି ।”


Share It

Comments are closed.