ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ଆକ୍ରାନ୍ତ


ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ବର୍ତ୍ତମାନ ଘରେ ଆଇସୋଲେସନରେ ରହୁଛନ୍ତି | ସିଏମ୍ ସାୱନ୍ତ ନିଜେ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି।


ସାୱନ୍ତ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡିଛି। ମୁଁ ଆସିମ୍ପଟୋମାଟିକ ଏବଂ ତେଣୁ ମୁଁ ଘରେ ଆଇସୋଲେସନ ହୋଇ ରହିଛି | ମୁଁ ଘରୁ କାମ କରୁଥିବା ମୋର କର୍ତ୍ତବ୍ୟ ପାଳନ କରିବା ଜାରି ରଖିବି | ଯେଉଁମାନେ ମୋ ସହ ଘନିଷ୍ଠ ସମ୍ପର୍କରେ ଆସିଛନ୍ତି, ମୁଁ ସେମାନଙ୍କୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛି |


Share It

Comments are closed.