ପୁଣି ଥରେ ନିଜ ପ୍ରଶଂସକଙ୍କୁ ନିରାଶ କଲେ ଯୁବରାଜ


ଗତ ଗୁରୁୁବାର ଦିନ ଗ୍ଲୋବାଲ ଟି-୨୦ କାନାଡା ଲିଗର ଶୁଭାରମ୍ଭ ହୋଇ ଯାଇଥିବାବେଳେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ‘ଟୋରେଣ୍ଟୋ ନ୍ୟାସନାଲ’ ଏବଂ ‘ଭ୍ୟାନକୁଅର ନାଇଟ୍ସ’ଙ୍କ ମଧ୍ୟରେ ଖେଳାଯାଇଥିଲା । ଗତ କାଲିର ଏହି ମ୍ୟାଚରେ ‘ଭ୍ୟାନକୁଅର ନାଇଟ୍ସ’ ଖୁବ ସହଜରେ ‘ଟୋରେଣ୍ଟୋ ନ୍ୟାସନାଲ’ ଠାରୁ ବିଜୟ ହାସଲ କରିଥିଲା ।
ପ୍ରକାଶ ଥାଉକି, ଟୋରେଣ୍ଟୋ ନ୍ୟାସନାଲର ଅଧିନାୟକ ଯୁବରାଜ ସିଂହ ଥିବାବେଳେ ଭ୍ୟାନକୁଅର ନାଇଟ୍ସର ଅଧିନାୟକ କ୍ରିସ ଗେଲ ଅଟନ୍ତି । ଏହି ମ୍ୟାଚକୁ ପ୍ରଶଂସକମାନେ ଯୁବରାଜ ବନାମ ଗେଲ ଋପରେ ମଧ୍ୟ ଦେଖୁଥିଲେ । ଗତ କାଲିର ଏହି ମ୍ୟାଚରେ ଯୁବରାଜ ପୁଣି ଥରେ ନିଜ ପ୍ରଶଂସକଙ୍କୁ ନିରାଶ କରି ୨୭ଟି ବଲରେ ୧୪ ରନ ସଂଗ୍ରହ କରିଥିଲେ । ପ୍ରଶଂସମାନେ ଏହି ମ୍ୟାଚରେ ଯୁବରାଜଙ୍କ ବ୍ୟାଟରୁ ପୁଣିଥରେ ଛକା, ଚୌକାର ବର୍ଷା ଦେଖିବା ପାଇଁ ଅପେକ୍ଷା କରିଥିବାବେଳେ କିନ୍ତୁ ଯୁବରାଜ ଏଥିରେ ଅସଫଳ ରହିଥିଲେ ।
ଯୁବରାଜଙ୍କ ଟିମ ୨୦ ଓଭର ଖେଳି ୧୫୯ ରନ ସଂଗ୍ରହ କରିଥିବାବେଳେ ଅନ୍ୟପଟେ ବିପକ୍ଷୀ ଦଳ ଭ୍ୟାନକୁଅର ନାଇଟ୍ସ ମାତ୍ର ୧୭.୨ ଓଭରରେ ଏହି ମ୍ୟାଚରେ ବିଜୟ ହାସଲ କରିନେଇଥିଲେ ।


Share It

Comments are closed.