ବାସ୍ତୁର ଏହି ସଂକେତକୁ ଅଣଦେଖା କରନ୍ତୁ ନାହିଁ


ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଯଦି ବାସ୍ତୁ ସମ୍ଭନ୍ଧିତ କିଛି ଦୋଷ ରହିଥାଏ ତେବେ ତାହା ଘରେ ନକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ । ଘରେ ଏମିତି ଅନେକ ଜିନିଷ ରହିଥାଏ ଯାହାକୁ ଆମେ ଅଣଦେଖା କରିଦେଉ ଆଉ ତାହାହିଁ ଆମ ଜୀବନରେ ଦୁଖ ଏବଂ ସମସ୍ୟାର କାରଣ ହୋଇଥାଏ । ତେଣୁ ଏହି ନିୟମ ଗୁଡ଼ିକର ପାଳନ କରିବା ଦ୍ୱାରା ଘରେ ପୁଣି ସୁଖଶାନ୍ତି ଫେରିଆସିଥାଏ ।
୧. ବାସ୍ତୁଶାସ୍ତ୍ର ଅନୁଯାୟୀ ଘର କଣ ରେ ବୁଢ଼ିଆଣି ଜାଲ ରହିବା ଅଶୁଭ ଅଟେ । ଏହା ଦ୍ୱାରା ଘରେ ଅବୁଝାମଣା ଓ ଚିନ୍ତା ବଢ଼ିଥାଏ ।
୨. ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଭଙ୍ଗାକାଚର କୌଣସି ଜିନିଷ ରହିବା ଉଚିତ ନୁହେଁ । ଯଦି ସେଭଳି ଜିନିଷ ଥାଏ ତେବେ ତାକୁ ତୁତନ୍ତ ବାହାର କରିଦିଅନ୍ତୁ । କାରଣ ଏହାଘରେ ନକରାତ୍ମକ ବାତାବରର ସୃଷ୍ଟ କରିଥାଏ ।
୩. ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ବାଦୁଡ଼ିର ପ୍ରବେଶକୁ ଅଶୁଭ ମନାଯାଏ । ଏହା ଘରେ ଅଭାବର ସୂଚନା ଦେଇଥାଏ ।
୪. ଘରର କୌଣସି ସ୍ଥାନରେ ଯଦି ଫାଟ ଥାଏ ଥାକୁ ଶ୍ରୀଘ୍ର ମରାମତି କରନ୍ତୁ । ଘରେ ଥିବା ଏହି ଫାଟ ଗୁଡ଼ିକୁ ଧନସମ୍ପତି ପାଇଁ ଅଶୁଭ ମନାଯାଏ ।
୫.ଘରେ ଥିବା ନଳରୁ ଲଗାତର ଭାବେ ପାଣିବୁନ୍ଦା ପଡ଼ିବାକୁ ଅଶୁଭ ମନାଯାଏ । ଯଦି ଏଭଳି ହେଉତାଏ ତେବେ ତାକୁ ତୁରନ୍ତ ମରାମତି କରାନ୍ତୁ । ଏହା ଘରକୁ ଆସୁଥିବା ଦୁଖର କାରଣ ହୋଇଥାଏ ।
୬. ଘରର ଛାତରେ ଅବ୍ୟବହୃତ ବେକାର ଜିନିଷ ଗୁଡ଼ିକୁ ଜମା ହେବାକୁ ଦିଅନ୍ତୁ ନାହିଁ । ଏହା ସହ ଘରେ ଥିବା ଅକାମୀ ବିଦ୍ୟୁତ ଉପକରଣ ଗୁଡ଼ିକୁ ମଧ୍ୟ ଫୋପାଡ଼ି ଦିଅନ୍ତୁ । ବାସ୍ତୁଶାସ୍ତ୍ର ଅନୁଯାୟୀ ଏଗୁଡ଼ିକ ଅଶୁଭ ଅଟେ ।


Share It

Comments are closed.