ନୋକିଆ ପକ୍ଷରୁ ଭାରତରେ ଏହାର ନୂତନ ୫୩୧୦ ମଡେଲର ଶୁଭାରମ୍ଭ


ଭୁବନେଶ୍ୱର: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତର ଅଗ୍ରଣୀ ମୋବାଇଲ ରିଟେଲ୍ ଷ୍ଟୋର୍‌ଗୁଡିକରେ ଏହାର ନୋକିଆ ୫୩୧୦ ମଡେଲର ଶୁଭାରମ୍ଭ କରାଯାଇଛି । ମୂଳ ନୋକିଆ ୪୩୧୦ ଏକ୍ସପ୍ରେସ୍ ମ୍ୟୁଜିକ୍‌ର ପୁନଚିତ୍ରଣ କରି, ନୋକିଆ ୫୩୧୦ ଏକ ଏମ୍‌ପି ୩ ପ୍ଲେୟର, ୱାୟାରଲେସ୍ ଏଫ୍‌ଏମ୍ ରେଡିଓ ସହିତ ଏକ ଶକ୍ତିଶାଳୀ ଡୁଆଲ ଫ୍ରଂଟ୍‌-ଫେସିଙ୍ଗ ସ୍ପିକର୍‌ରେ ବ୍ୟବସ୍ଥିତ ହୋଇ ଆସିଛି, ଯାହାକି ଆପଣଙ୍କୁ ସବୁ ସମୟରେ ନିଜ ପସନ୍ଦର ସଙ୍ଗୀତ ସହ ଯୋଡ଼ି ରଖିବ । ଏକ ନୋକିଆ ଫୋନ୍‌ରୁ ଆପଣ ଆଶା କରୁଥିବା ସମସ୍ତ ନିର୍ଭରଯୋଗ୍ୟତା ସହିତ ଏହି ଡୁଆଲ ସିମ୍ ବିଶିଷ୍ଟ ନୋକିଆ ୫୩୧୦ରେ ଏକ ଦୀର୍ଘସ୍ଥାୟୀ ବ୍ୟାଟେରୀ ଲାଇଫ୍ ରହିଛି, ଯାହା ଆପଣଙ୍କୁ ଦିନ ପରେ ଦିନ କନେକ୍ଟେଡ୍ ରଖିଥାଏ । ଏଥିରେ ଥିବା ଷ୍ଟାଣ୍ଡବାଏ ମୋଡ୍‌ରେ ୨୨ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିବା ଏକ ବ୍ୟାଟେରୀ ସହିତ ଅଧିକ ସମୟ କନେକ୍ଟେଡ୍ ରହିପାରିବେ ଏବଂ ଉକ୍ତ କଲ୍‌ଗୁଡିକୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବିନା ରିଚାର୍ଜିଙ୍ଗ୍‌ରେ ଜାରି ରଖିପାରିବେ ।
ନୂତନ ନୋକିଆ ୫୩୧୦ ଏକ ସୁନ୍ଦର ଗୋଲାକାର ଡିଜାଇନ୍‌, କର୍ଭଡ୍ ଡିସ୍‌ପ୍ଲେ ଗ୍ଲାସ୍ ଓ ଆପଣଙ୍କ ହାତରେ ସଠିକ୍ ଭାବେ ଫିଟ୍ ହେବା ପାଇଁ ଏକ ଆକର୍ଷଣୀୟ କୀ ମାଟ୍ ସହିତ ଏକ ସ୍ୱତନ୍ତ୍ର ଟୁ-ଟୋକ୍ କଲର୍‌ରେ ଉପଲବ୍ଧ ହୋଇଛି । ନୋକିଆ ୫୩୧୦ ଉଭୟ ଧଳା/ଲାଲ ଓ କଳା/ଲାଲ ରଙ୍ଗରେ ଡୁଆଲ ସିମ୍ ଭାରିଆଂଟ୍ ପାଇଁ ମାତ୍ର ୩,୩୯୯ ଟଙ୍କାର ସର୍ବୋତମ ମୂଲ୍ୟରେ ଆସନ୍ତା ଅଗଷ୍ଟ ୧୧ରୁ ବିକ୍ରି ପାଇଁ ଉପଲବ୍ଧ ହେବ । ଏହାଛଡ଼ା ଏହି ନୂତନ ନୋକିଆ ୫୩୧୦ରେ ଏକ ଏର୍ଗୋନୋମିକ ଓ ସ୍ୱଚ୍ଛ ନ୍ୟୁମରିକ କିପ୍ୟାଡ, ଫାଇଭ-ୱେ ନାଭିଗେସନ ଓ ନୋକିଆ ଫିଚର ଫୋନର ସମାନ ଓଏସ ରହିଛି ।
ଏହି ଶୁଭାରମ୍ଭ ଅବସରରେ ଏଚ୍‌ଏମ୍‌ଡି ଗ୍ଲୋବାଲର ଉପାଧ୍ୟକ୍ଷ ସନ୍‌ମିତ ସିଂହ କହିଛନ୍ତି ଯେ, “ମୂଳ ନୋକିଆ ୫୩୧୦ର ପୁନଃଚିତ୍ରଣ ସହିତ ଆମେ ଦେଶବ୍ୟାପୀ ଆମର ଉପଭୋକ୍ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଆଣିଛୁ; ଯାହାକି କେବଳ ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆନନ୍ଦଦାୟକ ହେବନାହିଁ ବରଂ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ମଧ୍ୟ ଏହି ଫୋନ୍‌କୁ ନିଜର ସାଥୀ ଡିଭାଇସ୍ ଭାବେ କିଣିପାରିବେ ।” ।


Share It

Comments are closed.