ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର


ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ରହିଛି। ବର୍ତ୍ତମାନ ମଧ୍ୟ ସେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଥିବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ଜୀବନ ରକ୍ଷକ ପ୍ରଣାଳୀରେ ରହିଛନ୍ତି। ସୋମବାର ଡାକ୍ତରଖାନା ସୂତ୍ରରୁ ଏହି ସୂଚନା ଦିଆଯାଇଛି। ହୃଦଘାତ ହେବା ପରେ ୫୮ ବର୍ଷୀୟ ଶ୍ରୀବାସ୍ତବ ଅଗଷ୍ଟ ୧୦ ରେ AIIMS ରେ ଭର୍ତ୍ତି ହୋଇଥିଲେ। ସେହି ଦିନ ତାଙ୍କର ଏକ ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଥିଲା।

ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁସାରେ, ତାଙ୍କର ସ୍ୱାସ୍ଥା ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ଯାଏ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନିଥିବା ଡାକ୍ତର କହିଛନ୍ତି। ସେ ଏବେ ଜୀବନ ରକ୍ଷକ ପ୍ରଣାଳୀରେ ରହିଛନ୍ତି। ଗତ ଶୁକ୍ରବାର ଶ୍ରୀବାସ୍ତବଙ୍କ ପରିବାର ଇନଷ୍ଟଗ୍ରାମ ପେଜ୍‌ରେ ଏକ ବୟାନ ଜାରି କରିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।


Share It

Comments are closed.