ପାକିସ୍ତାନୀ କ୍ରିକେଟରଙ୍କୁ କଡା ଜବାବ ଦେଲେ ଧାୱନ


ଭାରତୀୟ ଦଳର ବାମହାତୀ ବିସ୍ପୋଟକ ବ୍ୟାଟ୍ସମ୍ୟାନ ଶିଖର ଧାୱନ ପାକିସ୍ତାନୀ କ୍ରିକେଟରଙ୍କୁ କଡା ସମାଲୋଚନା କରିଛନ୍ତି । ସାମ୍ବାଦିକ ମାନଙ୍କ ସହ ଏକା ସାକ୍ଷାତକାରରେ ସେ କହିଛନ୍ତି ଯେ, “ପାକିସ୍ତାନ ଖେଳାଳୀ ଭାରତ ସଂପର୍କରେ କିଛି କହିବା ନିଜ ଦେଶର ପରିସ୍ଥିତିକୁ ସୁଧାରିବା ସଂପର୍କରେ ଧ୍ୟାନ ଦେବା ଉଚିତ । ଆମ ଦେଶ ସଂପର୍କରେ କହିବା ପୂର୍ବରୁ ପାକିସ୍ତାନୀ କ୍ରିକେଟର ପ୍ରଥମେ ନିଜ ଦେଶ କଥା ବୁଝିବା ଉଚିତ । ଭାରତ ସଂପର୍କରେ କିଛି ବି କହିଲେ ଆମେ ନିଶ୍ଚୟ ଏହାର ଉଚିତ ଜବାବ ଦେବୁ । ପ୍ରଥମେ ନିଜ ଦେଶକୁ ସୁଧାର, ତା’ ପରେ ଅନ୍ୟଙ୍କ କଥା ଚିନ୍ତା କରିବ । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “କାଚର ଘର କରି କେହି ଅନ୍ୟ ଘରକୁ ପଥର ଫିଙ୍ଗନ୍ତି ନାହିଁ । ” କେବଳ ଏତିକି ନୁହେଁ ଧାୱନ, ପାକିସ୍ତାନୀ କ୍ରିକେଟରଙ୍କୁ ସମାଲୋଚନା କରିବା ସହ ଆଫ୍ରିଦିଙ୍କୁ କଟାକ୍ଷ କରିବାକୁ ମଧ୍ୟ ଭୁଲି ନାହନ୍ତି । ସେ ଆଫ୍ରିଦିଙ୍କୁ କଟାକ୍ଷ କରି କହିଛନ୍ତି, “ଆଫ୍ରିଦି ସର୍ବଦା ଭାରତ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଆସୁଛନ୍ତି । ସେ ପ୍ରଥମେ ନିଜ ଦେଶ କଥା ଚିନ୍ତା କରନ୍ତୁ ଏବଂ ଅନ୍ୟକୁ ଉପଦେଶ ଦେବା ବନ୍ଦ କରନ୍ତୁ । ଆମ ଦେଶ ପାଇଁ ଯାହା ଠିକ ତାହା ଆମେ କରୁଛୁ ଓ ଯାହା ଭଲ ତାହା ଆମେ କରିବୁ ଏବଂ ଏଥିରେ କାହାର ହସ୍ତକ୍ଷେପ ଦରକାର ନାହିଁ ବୋଲି ଓ କୌଣସି ବେକାର ଲୋକ ମୁଣ୍ଡ ପୂରାଇବାକୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି ଧାୱନ କହିଛନ୍ତି । ଯଦି ଏପରି କିଏ କରେ ତେବେ ଆମେ ଏହାର ଉଚିତ ଜବାବ ଦେବୁ ”


Share It

Comments are closed.