ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରାକୃତିକ ଗ୍ୟାସର ରହିଛି ବଡ ଭୂମିକା – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ କୋଭିଡ୍ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛନ୍ତି । ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ପ୍ରାକୃତିକ ଗ୍ୟାସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବୁଧବାର ଆନ୍ତର୍ଜାତିକ ଉର୍ଜା ଏଜେନ୍ସି (ଆଇଇଏ) ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ୱେବିନାରରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପରିବର୍ତିତ ବିଶ୍ୱ ଗ୍ୟାସ ବଜାରର ଦୃଶ୍ୟପଟ୍ଟରେ ଭାରତକୁ ପ୍ରାକୃତିକ ଗ୍ୟାସ ଆଧାରିତ ତିଆରି କରିବା ଉପରେ ଏହି ୱେବିନାର ଆୟୋଜନ କରାଯାଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ ବଢୁଥିବା ଉର୍ଜା ଚାହିଦା ପରିପ୍ରେକ୍ଷୀରେ ଦେଶରେ ନିର୍ଗତ ଅଙ୍ଗାରକାମ୍ଳକୁ ହ୍ରାସ କରିବା ପାଇଁ ପ୍ରାକୃତିକ ଗ୍ୟାସ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଦେଶରେ ବିଭିନ୍ନ ଶିଳ୍ପ ସଂସ୍ଥା ପାଇଁ ଏଲଏନଜି ଟର୍ମିନାଲ ନିର୍ମାଣ କରାଯାଇ ସୁଲଭ ଦରରେ ଗ୍ୟାସ ଯୋଗାଯାଉଛି । ପୂର୍ବ ଭାରତ ଏବଂ ଉତର ଭାରତରେ ଗ୍ୟାସ ଗ୍ରୀଡ ପାଇପଲାଇନର କାମ ସଂପ୍ରସାରଣ କରାଯାଉଛି । ଗୋଟିଏ ଦେଶ ଏବଂ ଗୋଟିଏ ଗ୍ରୀଡ ବ୍ୟବସ୍ଥାରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି ବନାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।
ଦେଶର ପ୍ରଥମ ଅନଲାଇନ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କରାଯାଇଛି । ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦୁତିକ ଟ୍ରେଡିଂ ପ୍ଲାଟଫର୍ମର ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ । ଭାରତୀୟ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଏହି ପ୍ଲାଟଫର୍ମ ସହାୟକ ହେବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ ପଦକ୍ଷେପ ।
ଏହି ଅବସରରେ ଶ୍ରୀ ପ୍ରଧାନ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି ବନାଇବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।
ଆନ୍ତର୍ଜାତିକ ଉର୍ଜା ଏଜେନ୍ସି ବା ଆଇଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଫତି ବିରୋଲ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାକୃତିକ ଗ୍ୟାସ ଏକ୍ସଚେଞ୍ଜ ସମେତ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହ କରୋନା ମହାମାରୀ ସମୟରେ ଭାରତରେ ଗରିବଙ୍କୁ ମାଗଣାରେ ଗ୍ୟାସ ଯୋଗାଇବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।


Share It

Comments are closed.