ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସର କ୍ଲେମ ପେଡ଼୍ ଅନୁପାତରେ ୯୯.୨୨% ବୃଦ୍ଧି


ଭୁବନେଶ୍ୱର: ମ୍ୟାକ୍ସ ଲାଇଫ୍ ଇନ୍ସ୍ୟୁରାନ୍ସ କୋ.ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, ଏହା ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୧୫୩୪୨ଟି ଡେଥ୍ କ୍ଲେମ୍ ବା ମୃତ୍ୟୁ ଦାବି ବାବଦରେ ୫୬୩ କୋଟି ଟଙ୍କା ପଇଠ କରାଯାଇଛି । ଯାହାଫଳରେ କମ୍ପାନୀ ଗତ ୫ ବର୍ଷର ପ୍ରଦର୍ଶନ ତୁଳନାରେ ବ୍ୟକ୍ତିଗତ ମୃତ୍ୟୁ ଦାବି ପଇଠ ଅନୁପାତ (ଡେଥ୍ କ୍ଲେମ୍ ପେଡ୍ ରେସିଓ)ରେ ସର୍ବୋଚ୍ଚ ୯୯.୨୨% ବୃଦ୍ଧି ହାସଲ କରିଛି । ଏହା ମ୍ୟାକ୍ସ ଲାଇଫ୍‌ର ନୂଆ ‘ଭରୋସେ କା ନମ୍ବର୍‌’ରେ ପରିଣତ ହୋଇଛି । କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ୯୯% ମାର୍କକୁ ଅତିକ୍ରମ କରିବା ପାଇଁ ଗତ ୫ ବର୍ଷ ହେବ ନିରନ୍ତର ଭାବେ ନିଜର ଦାବି ପଇଠ ଅନୁପାତରେ ସୁଧାର ଆଣିଛି; ଯାହାଦ୍ୱାରା ଗ୍ରାହକଙ୍କ ବିଶ୍ୱାସକୁ ମଜଭୁତ କରିବା ଦିଗରେ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି ।
ଆରମ୍ଭ ହେବା ପରଠାରୁ ମ୍ୟାକ୍ସ ଲାଇଫ୍ ଏହାର ୧,୧୨,୯୪୬ ଜଣ ବୀମାଧାରକଙ୍କ ପରିବାର ସଦସ୍ୟଙ୍କୁ ୩୨୩୮ କୋଟି ଟଙ୍କାର ବ୍ୟକ୍ତିଗତ ମୃତ୍ୟୁ ଦାବି ପଇଠ କରିଛି । ୨୦୧୯-୨୦ରେ ମୋଟ ୧୫,୪୬୩ ଜଣ ବୀମାଧାରକଙ୍କ ମୃତ୍ୟୁ ଦାବି ଗ୍ରହଣ କରିବା ପରେ କେବଳ ୧୨୦ ଜଣଙ୍କର ଦାବିକୁ ଖାରଜ କରାଯାଇଥିବା ବେଳେ ଗୋଟିଏ ଦାବି ମାମଲା ଚଳିତ ବର୍ଷ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବନ୍ଦ ହେବା ପାଇଁ ଅଟକି ରହିଛି । କମ୍ପାନୀର ଦାବି ପଇଠ ଅନୁପାତ ୨୦୧୫-୧୬ରେ ୯୬.୯୫% ରହିଥିବା ବେଳେ ୨୦୧୬-୧୭ରେ ୯୭.୮୧%, ୨୦୧୭-୧୮ରେ ୯୮.୨୬%, ୨୦୧୮-୧୯ରେ ୯୮.୭୪% ଓ ୨୦୧୯-୨୦ରେ ୯୯.୨୨% ରହିଛି । ଏସମ୍ପର୍କରେ ମତ ରଖି ମ୍ୟାକ୍ସ ଲାଇଫ୍‌ର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପ୍ରଶାନ୍ତ ତ୍ରିପାଠୀ କହିଛନ୍ତି, ମ୍ୟାକ୍ସ ଲାଇଫ୍‌ରେ ଆମେ ଆମର ଗ୍ରାହକମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ । ଏକ ଜୀବନ ବୀମା କଂଟ୍ରାକ୍ଟରେ ମୃତ୍ୟୁ ଦାବି ଅର୍ଥର ପଇଠ କରିବା ସତ୍ୟତାର ସବୁଠାରୁ ବଡ ମୁହୂର୍ତ ହୋଇଥାଏ ଗତ ୫ ବର୍ଷ ତୁଳନାରେ ୨୦୧୯-୨୦ରେ ଆମର ଦାବି ପଇଠ ଅନୁପାତକୁ ସର୍ବୋଚ୍ଚ ୯୯.୨୨% ସ୍ତରରେ ପହଂଚାଇବାକୁ ସକ୍ଷମ ହୋଇପାରିଥିବାରୁ ଏହା ଆମକୁ ଖୁବ୍ ଆତ୍ମସନ୍ତୁଷ୍ଟି ପ୍ରଦାନ କରିଛି । ଗତ ଆର୍ଥିକ ବର୍ଷରେ ଆମେ ଆମର ରଣନୀତି ଓ ମୂଲ୍ୟବୋଧ ପ୍ରତି ବାସ୍ତବ ରହିଥିଲୁ । ଅଣ୍ଡରରାଇଟିଙ୍ଗ କ୍ଷମତାକୁ ମଜଭୁତ କରିବା, ବୈଷୟିକ ହସ୍ତକ୍ଷେପ ଓ ଏକ ସୁଦୃଢ କ୍ଲେମ୍‌ସ ଇକୋସିଷ୍ଟମ କ୍ଷେତ୍ରରେ ଆମର ନିରନ୍ତର ବିନିଯୋଗ ଆଗାମୀ ବର୍ଷଗୁଡିକରେ ଆମର ଗ୍ରାହକ ଓ ଅଂଶଧାରକମାନଙ୍କ ପାଇଁ ବିକାଶକୁ ସୁନିଶ୍ଚିତ କରିବ ।
ମ୍ୟାକ୍ସ ଲାଇଫ୍ ଶୀଘ୍ର ଓ ସହାନୁଭୂତି ସହିତ ସମସ୍ତ ବାସ୍ତବ ଦାବିର ସମାଧାନ ପାଇଁ ଏକ ସ୍ପଷ୍ଟ ଲକ୍ଷ୍ୟ ସହିତ ବାଧାହୀନ ଗ୍ରାହକ ଅଭିଜ୍ଞତା ଆଧାରରେ ସହଜ ଓ ସରଳ ଦାବି ପ୍ରକ୍ରିୟା ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ । କମ୍ପାନୀ ଇନ୍‌ଷ୍ଟା କ୍ଲେମ୍ ଭଳି ଅଭିନବ ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛି ଯେଉଁଠାରେ ଯୋଗ୍ୟ ଦାବିଗୁଡିକୁ କିଛି ସର୍ତ ଅନୁଯାୟୀ ଗୋଟିଏ ଦିନ ମଧ୍ୟରେ ସମାଧାନ କରି ଅର୍ଥ ପଇଠ କରାଯାଇଥାଏ । କୋଭିଡ୍‌-୧୯ ମହାମାରୀ ଭଳି ସଙ୍କଟ ସମୟରେ କମ୍ପାନୀ ଦାବିଗୁଡିକୁ ଅନ୍‌ଲାଇନ୍‌ରେ କିମ୍ବା ଘରେ ରହି ଇମେଲ ଓ ହ୍ୱାଟ୍‌ସଆପ୍ ମାଧ୍ୟମରେ ଜଣାଇବା ପାଇଁ ଗ୍ରାହକଙ୍କୁ ସକ୍ଷମ କରି ଏହାର ପର୍ସନାଲାଇଜ୍‌ଡ କ୍ଲେମ୍‌ସ ସର୍ଭିସ୍‌କୁ ଅଧିକ ମଜଭୁତ କରିଛି ।


Share It

Comments are closed.