ମାରୁତି ସୁଜୁକି ପକ୍ଷରୁ ବିଏସ୍‌୬ ଏସ୍‌-ସିଏନ୍‌ଜିଯୁକ୍ତ ମିନି ଟ୍ରକ


ଭୁବନେଶ୍ୱର: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ବିଏସ୍‌୬ ଅନୁକୂଳିତ ଏସ୍‌-ସିଏନ୍‌ଜି ଭାରିଆଂଟ୍‌ର ଏହାର ସୁପର୍ କ୍ୟାରି ଯାନର ଶୁଭାରମ୍ଭ କରାଯାଇଛି । ଅଟୋ ଏକ୍ସପୋ ୨୦୨୦ରେ ଘୋଷଣା କରାଯାଇଥିବା କମ୍ପାନୀର ମିଶନ ଗ୍ରୀନ୍ ମିଲିୟନ ସହ ଏହି ଶୁଭାରମ୍ଭ ଜଡିତ । ବ୍ୟବସାୟିକ କାର୍ଯ୍ୟଦକ୍ଷତା ପାଇଁ ‘ତରକ୍କି କା ଦମ୍‌ଦାର୍ ସାଥି’ ଭାବେ ପରିଚିତ ମାରୁତି ସୁଜୁକି ସୁପର୍ କ୍ୟାରି ହେଉଛି କମ୍ପାନୀର ପ୍ରଥମ ବାଣିଜ୍ୟିକ ଯାନ ଯାହାକୁ ବିଏସ୍‌୬ ଇଞ୍ଜିନ୍‌କୁ ଅପ୍‌ଗ୍ରେଡ୍ କରାଯାଇଛି । ଏହି ସୁପର କ୍ୟାରି ବିଏସଭିଆଇ ସିଏନଜିର ଏକ୍ସ ଶୋରୁମ ମୂଲ୍ୟ ୫୦୭,୦୦୦ ଟଙ୍କା ରହିଛି । ୨୦୧୦ରେ ସିଏନ୍‌ଜି ଯାନର ଶୁଭାରମ୍ଭ ସହିତ ସବୁଜ ଗତିଶୀଳତା କ୍ଷେତ୍ରରେ ସାହସିକ ଉଦ୍ୟମ କରି ମାରୁତି ସୁଜୁକି ଆଜି ସବୁଜ ଯାନଗୁଡିକର ଏକ ଅତୁଳନୀୟ ଶୃଙ୍ଖଳା ପ୍ରଦାନ କରୁଛି । ଏକ ମିଲିୟନ ସବୁଜ ଯାନ (ସିଏନ୍‌ଜି, ସ୍ମାର୍ଟ ହାଇବ୍ରିଡ୍ ଯାନ ସମେତ) ବିକ୍ରି କରିସାରିଥିବା ମାରୁତି ସୁଜୁକି ଦେଶବ୍ୟାପୀ ଏହାର ଗ୍ରହଣୀୟତାକୁ ଆହୁରି ବ୍ୟାପକ କରି ଏହାର ମିଶନ ଗ୍ରୀନ୍ ମିଲିୟନ ଅଧୀନରେ ଆସନ୍ତା କିଛି ବର୍ଷ ମଧ୍ୟରେ ପରବର୍ତୀ ଏକ ମିଲିୟନ ସବୁଜ ଯାନ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି ।
ଏସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ (ବିପଣନ ଓ ବିକ୍ରି) ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତିଯେ, “ସୁପର୍ କ୍ୟାରି ବ୍ୟବସାୟଗୁଡିକ ନିଜର ଲାଭସ୍ଥିତି ଉନ୍ନତ କରିବାରେ ସହଯୋଗ କରିଛି ଏବଂ ଶୁଭାରମ୍ଭ ହେବାର ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି ମଡେଲ ୨ୟ ସର୍ବାଧିକ ବିକ୍ରି ହୋଇଥିବା ଯାନରେ ପରିଣତ ହୋଇଛି ।”
ଦେଶର ପ୍ରଥମ ୪-ସିଲିଣ୍ଡର ଚାଳିତ ମିନିଟ୍ରକ୍ ବାଣିଜ୍ୟିକ ଯାନ ସୁପର କ୍ୟାରି ସୁଗମ ପିକ୍‌ଅପ୍ ନିଶ୍ଚିତ କରି ୬୦୦୦ ଆର୍‌ପିଏମ୍‌ର ପାୱାର୍‌ରେ ୪୮କେଡବ୍ଲ୍ୟୁ ଓ ୩୦୦୦ ଆର୍‌ପିଏମ୍‌ର ଟର୍କରେ ୮୫ ଏନ୍‌ଏମ୍ ପ୍ରଦାନ କରିଥାଏ । ଏଥିରେ ଏକାଧିକ ସୁରକ୍ଷିତ ଓ ସୁବିଧାଜନକ ଫିଚର ରହିଛି ଯେପରିକି ରିଭର୍ସ ପାର୍କିଙ୍ଗ ସେନ୍ସର, ସିଟ୍ ବେଲ୍ଟ ରିମାଇଣ୍ଡର, ଲକେବୁଲ ଗ୍ଲୋଭ୍ ବକ୍ସ ଓ ଏକ ବୃହତ୍ ଲୋଡିଙ୍ଗ୍ ଡେକ୍ । ସୁପର୍ କ୍ୟାରି ହେଉଛି ଅନ୍‌ରୋଡ୍ ଆସ୍ୟୁରାନ୍ସ ପାଇଁ ଡୁଆଲ ଫୁଏଲ୍ ଏସ୍‌-ସିଏନ୍‌ଜି ଭାରିଆଂଟ୍ ଓ ଏକ ୫ ଲିଟର ପେଟ୍ରୋଲ ଟ୍ୟାଙ୍କ ସହିତ ଦେଶର ଏକମାତ୍ର ଏଲ୍‌ସିଭି । ମାରୁତି ସୁଜୁକି ଏସ୍‌-ସିଏନ୍‌ଜି ଯାନଗୁଡିକରେ ଡୁଆଲ ଇଂଟର୍‌ଡିପେଣ୍ଡେଂଟ୍ ଇସିୟୁ (ଇଲେକ୍‌ଟ୍ରୋନିକ୍ କଂଟ୍ରୋଲ ୟୁନିଟ୍‌ସ) ଓ ଇଂଟେଲିଜେଂଟ୍ ଇଞ୍ଜେକ୍ସନ ସିଷ୍ଟମ ରହିଛି । ସମସ୍ତ ପ୍ରକାରର ରାସ୍ତାରେ ଉନ୍ନତ ପ୍ରଦର୍ଶନ ଓ ବର୍ଦ୍ଧିତ ଚାଳନା ଦକ୍ଷତା ପ୍ରଦାନ କରିବା ଲାଗି ଏହି ଯାନଗୁଡିକୁ କାରଖାନାରେ ସ୍ୱତନ୍ତ୍ର ଭାବେ ସଜ୍ଜିତ ଓ ସକ୍ଷମ କରାଯାଇଛି ।


Share It

Comments are closed.