ନିଜର ଅନୁଭୂତି ବଖାଣିଲେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଥିବା ରୋହିତ


ମହାମାରୀ କରୋନା ଭାଇରସକୁ ନେଇ ଦେଶରେ ଆତଙ୍କ ଖେଳିଯାଇଥିବାବେଳେ ସପଟେ ଭାରତରେ ଏହାକୁ ନେଇ ପୂର୍ବରୁ ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପ ସତ୍ତ୍ୱେ ମଧ୍ୟ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧୧୧ରୁ ଆସି ପହଞ୍ଚିଲାଣି । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯାଇଛି । ଏହି ମଧ୍ୟରେ ଦିଲ୍ଲୀସ୍ଥିତ ସଫଦରଗଞ୍ଜ ହସ୍ପିଟାଲ ଅନ୍ତର୍ଗତ ଆଇସୋଲେସନ ୱାର୍ଡର ବିଳାସପୂର୍ଣ୍ଣ ସେବା ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ସୃଷ୍ଟି ହୋଇଛି ।
କରୋନା ଭାଇରସର ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଥିବା ୪୫ ବର୍ଷିୟ ରୋହିତ ଦତ୍ତ କହିଛନ୍ତି ଯେ, ମୁଁ ଯେଉଁଭଳି ଭାବରେ ସରକାରୀ ହସ୍ପିଟାଲର ସୁବିଧା ସଂପର୍କରେ ଭାବିଥିଲି ସେଠାରେ କିନ୍ତୁ ସେପରି କିଛି ନଥିଲା ବରଂ ଏହା ୱାର୍ଡରେ ମୋତେ ଯୋଗା ଯାଇଥିବା ସୁବିଧା କୌଣସି ବଳାସପୂର୍ଣ୍ଣ ହୋଟେଲ ମାନଙ୍କ ଠାରୁ କମ୍ ନୁହେଁ । ସମସ୍ତ ସ୍ଥାନ ସ୍ୱଚ୍ଛ ଥିଲା ଏବଂ ଦିନରେ ଦୁଇଥର ଚାଦର ବଦଳାଯାଉଥିଲା ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୧୪ ଦିନ ପର୍ଯ୍ୟନ୍ତ ମୁଁ ଆଇସୋଲେସନରେ ଥିବା ସତ୍ତ୍ୱେ ମଧ୍ୟ ମୁଁ ନିଜକୁ ନିଜ ପରିବାର ଠାରୁ ଅଲଗା ଭାବି ନାହିଁ । କାରଣ ମୋତେ ଫୋନ, ଭିଡିଓ କଲ ଏବଂ ନେଟଫ୍ଲିକ୍ସ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା । ସେ କହିଛନ୍ତି ଏହି ରୋଗରେ ମୁକ୍ତି ପାଇବା ପାଇଁ ଦିନକୁ ଦୁଇ ଥର ପ୍ରାଣାୟମ ମଧ୍ୟ କରୁଥିଲେ ।
ପ୍ରକାଶ ଥାଉକି, ଦିଲ୍ଲୀରେ ଆଉ ଜଣେ କରୋନା ସଂକ୍ରମିତ ଠିକ ହୋଇ ଘରୁ ଫେରିଥିବାବେଳେ ଏହି ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


Share It

Comments are closed.