ପାକିସ୍ତାନୀ ଖେଳାଳୀଙ୍କ ଏଭଳି ଫିଲ୍ଡିଙ୍ଗ ଦେଖି ଆପଣ ମଧ୍ୟ ନିଜ ହସକୁ କରିପାରିବେ ନାହିଁ ନିୟନ୍ତ୍ରଣ, ଭିଡିଓ ଭାଇରାଲ


ସାରା ବିଶ୍ୱରେ ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ସମସ୍ତ କ୍ରିକେଟ ସିରିଜକୁ ସ୍ଥଗିତ କରାଇ ଦିଆଯାଇଥିବାବେଳେ ଅନ୍ୟପଟେ ପାକିସ୍ତାନରେ ବର୍ତ୍ତମାନ ପାକିସ୍ତାନ ସିପର ଲିଗ ଖେଳାଯାଉଛି । ପିଏସଏଲକୁ ଦର୍ଶକ ଶୃନ୍ୟ ଷ୍ଟାଡିୟମରେ ଖେଳାଯିବା ପାଇଁ ନିଷ୍ପତି ନିଆଯାଇଛି । ପିଏସଏଲରେ ଇସଲାମାବାଦ ୟୁନାଇଟେଡ ଏବଂ କରାଚୀ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ୨୮ ତମ ମ୍ୟାଚରେ ‘ଅକିଫ ଜାବେଦ’ଙ୍କ ଖରାପ ଫିଲ୍ଡିକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ଏହି ମ୍ୟାଚରେ କରାଚୀ କିଙ୍ଗସ ପାଳର ୭ ଓଭରର ଶେଷ ବଲରେ ବ୍ୟାଟ୍ସମ୍ୟାନ ଇମାଦ ୱାସିମ ଏକ ସିଙ୍ଗଲ ପାଇଁ ଏକ ସଟ ଖେଳିଥିଲେ, ଯାହାକି ଫିଲ୍ଡର ଆକିଫ ଜାବେଦଙ୍କ ପାଖକୁ ଯାଇଥିଲା । ଆକିଫ ବଲ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବଲଟି ତାଙ୍କୁ ଚଖମା ଦେଇ ଗୋଡ ଦୁଇଟି ମଝିରୁ ବାଉଣ୍ଡ୍ରି ଲାଇନ ପାରି କରି ଦେଇଥିଲା ।

ତାଙ୍କର ଖରାପ ଫିଲ୍ଡି ପାଇଁ କରାଚୀ କିଙ୍ଗସକୁ ୧ ରନ ବଦଳରେ ୪ ରନ ମିଳିଥିଲା, ଯାହାଫଳରେ କରାଚୀ କିଙ୍ଗସ, ଇସଲାମାବାଦ ୟୁନାଇଟେଡକୁ ୪ଟି ୱିକେଟରେ ପରାସ୍ତ କରିଥିଲା । ଇସଲାମାବାଦ ୟୁନାଇଟେଡ ୨୦ ଓଭରରେ ୬ଟି ୱିକେଟ ହରାଇ ୧୩୬ ରନ ସଂଗ୍ରହ କରିଥିବାବେଳେ କରାଚୀ କିଙ୍ଗସ ୧୯.୨ ଓଭରରେ ୧୩୭ ରନ କରି ଏଥିରେ ବିଜୟ ହାସଲ କରିଥିଲା ।


Share It

Comments are closed.