ପ୍ରଥମ ଥର ପାଇଁ ଗଠନ ହେଲା ରେଭେନ୍ସା ସାମାଜିକ ବିଜ୍ଞାନ ବିଭାଗର ଆଲୁମୁନି


ରେଭେନ୍ସା ବିଶ୍ୱବିଦ୍ୟାଳୟ ସାମାଜିକ ବିଜ୍ଞାନ ବିଭାଗର ପୁରାତନ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀମାନେ ଏକାଠି ହୋଇ ସାମାଜିକ ବିଜ୍ଞାନ ବିଭାଗର ପ୍ରଥମ ପୁରାତନ ଛାତ୍ର ସଂସଦ ଗଠନ କରିଛନ୍ତି । ଏହି ପୁରାତନ ଛାତ୍ର ସଂସଦରେ ଡ.ସନ୍ତୋଷ କୁମାର ରଥ କାର୍ଯ୍ୟକାରୀ ସଭାପତି, ସ୍ମୃତିରଞ୍ଜନ ଦାସ ସାଧାରଣ ସଂପାଦକ, ଡ.ଆଦିତ୍ୟ କେଶରୀ ମିଶ୍ର ଓ ନିଶାନ୍ତ ମାଝିଥିଆ ଉପସଭାପତି, ସାରଦା ପ୍ରସନ୍ନ ଦାସ ଓ ନାରାୟଣ ସାହୁ ଯଗ୍ମ ସମ୍ପାଦକ, ସୋନିଆ ସରକାର କୋଷାଧ୍ୟକ୍ଷ ଏବଂ ବିଭାଗୀୟ ମୁଖ୍ୟ ଡ. ବିକ୍ରମ କେଶରୀ ମିଶ୍ର ଆବାହକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।
ବର୍ଷକୁ ଥରେ ରାଷ୍ଟ୍ରସ୍ତରୀୟ ସମ୍ମିଳନୀ, ତିନି ଥର ଆଲୋଚନାଚକ୍ର, ବିଭାଗର ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କ ବୃତ୍ତି, ରୋଜଗାର ସମ୍ପର୍କୀୟ ପ୍ରଶିକ୍ଷଣ, ପୋଷ୍ୟ ଗ୍ରାମ୍ୟ ବିକାଶମୂଳକ କାର୍ଯ୍ୟ ଇତ୍ୟାଦି ସଂସଦର ମୌଳିକ ଆଭିମୁଖ୍ୟ ରହିବ ବୋଲି ଆବାହକ ଶ୍ରୀ ମିଶ୍ର ସୂଚନା ଜଣାଇଛନ୍ତି । ରାଜନୀତି, ଆଇନ, ନ୍ୟାୟପାଳିକା , ଉଚ୍ଚଶିକ୍ଷା, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ, ବେସରକାରୀ ସଂଗଠନ ପ୍ରଭୃତି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିବା ପୁରାତନ ଛାତ୍ର ଏହି ଆଲୁମୁନିରେ ଯୋଗ ଦେଇଥିଲେ ।


Share It

Comments are closed.