ରିକ୍ସା ଚାଳକଙ୍କ ସହ ସାକ୍ଷାତ କରି ତାଙ୍କୁ ପ୍ରଶଂସାରେ ପୋତିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝିଅ ବାହା ଘରରେ ଆମନ୍ତ୍ରଣ କରିଥିବା ବାରାଣାସୀର ରିକ୍ସାୱାଲା ମଙ୍ଗଲ ଖେୱଟ ଖୁସିରେ ଆତ୍ମହରା ହୋଇ ପଡିଥିଲେ, ଯେତେବେଳେ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଭେଟ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ଫେବୃଆରୀରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀକୁ ଏକ ଦିନିକିଆ ଗସ୍ତରେ ଯାଇଥିବାବେଳେ ସେଠାରେ ସେ ରିକ୍ସା ଚାଳକ ମଙ୍ଗଲ ଖେୱଟଙ୍କ ସହ ସାକ୍ଷାତ କରିଥିଲେ । ରିକ୍ସା ଚାଳକ ଜଣକ ମୋଦିଙ୍କୁ ନିଜ ଝିଅର ବିବାହ ଉତ୍ସବରେ ନିମନ୍ତ୍ରଣ କରିଥିଲେ ।

ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ରିକ୍ସା ଚାଳକ ମଙ୍ଗଲଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଓ ପରିବାରର ଭଲମନ୍ଦ ପଚାରି ବୁଢିବା ସହ ସ୍ୱଚ୍ଛ ଭାରତ ଅଭିଯାନରେ ତାଙ୍କର ପ୍ରୟାସକୁ ନେଇ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ସବୁଠାରୁ ଉଲ୍ଲେଖନୀୟ କଥା ଏହା ଯେ, ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରଭାବିତ ହୋଇ ମଙ୍ଗଲ ନିଜ ଗ୍ରାମରେ ଗଙ୍ଗାନଦୀ କୂଳ ପରିଷ୍କାର କରିବାର କାମ କରି ଆସୁଥିଲେ । ମଙ୍ଗଲ ଓ ତାଙ୍କ ସ୍ତ୍ରୀ ରେଣୁ ଦେବୀ ବାରାଣୀସୀ ଗସ୍ତ ସମୟରେ ତାଙ୍କ ସହ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲା ।
ଏହା ପୂର୍ବରୁ ରିକ୍ସା ଚାଳକ ମଙ୍ଗଲ, ପ୍ରଧାନମନ୍ତ୍ରୀଙ୍କ ତରଫରୁ ଆସିଥିବା ଅଭିନନ୍ଦନ ପତ୍ର ପାଇ ନିଜକୁ ଅତ୍ୟନ୍ତ ଖୁସି ମନେ କରିଥିଲେ । ଏହି ଅବସରରେ ମଙ୍ଗଲ କହିଛନ୍ତି ଯେ, “ଆମେ ସର୍ବପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛୁ । ମୁଁ ଦିଲ୍ଲୀ ଯାଇ ବ୍ୟକ୍ତିଗତ ଋପେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି ।”


Share It

Comments are closed.