ଭାରତରେ ନିର୍ମିତ ଦୁନିଆର ସବୁଠାରୁ ବିଶାଳ ଷ୍ଟାଡିୟମ୍‌ରେ ହେବ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍‌


ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ନିର୍ଣ୍ଣୟ ନେଇଛି ଯେ, ଟିମ୍ ଇଣ୍ଡିଆ ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଡେ-ନାଇଟ୍ ମ୍ୟାଚ୍ ଖେଳିବ । ଇନିଂସର ଗୋଟିଏ ଟେଷ୍ଟ ଅଷ୍ଟ୍ରେଲିଆରେ ଓ ଅନ୍ୟ ମ୍ୟାଚ୍ ଭାରତରେ ନିର୍ମାଣ ହେଉଥିବା ବିଶ୍ୱର ସବୁଠାରୁ ବିଶାଳ ଷ୍ଟାଡିୟମ୍ ମୋହଟାରେ ହେବ । ଏହି ନିର୍ଣ୍ଣୟ ୧୬ ଫେବୃଆରୀରେ ହୋଇଥିବା ବୋର୍ଡର ଆପେକ୍ସ କାଉନ୍‌ସିଲ୍ ମିଟିଂରେ ନିଆଯାଇଥିଲା ।
ଅହମ୍ମଦାବାଦର ମୋଟେରାଠାରେ ନିର୍ମାଣ ହେଉଥିବା ସର୍ଦାର ବଲ୍ଲଭ ଭାଇ ପଟେଲ୍ ଷ୍ଟାଡିୟମ୍‌ରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ସହିତ ଏହି ଟେଷ୍ଟ ମ୍ୟାଚ୍ ଖେଳିବ । ଏଠାରେ ଏହି ଟେଷ୍ଟ ମ୍ୟାଚ୍ ଗୋଲାପି ବଲ୍‌ରେ ଖେଳାଯିବ । କ୍ରିକ୍‌ବଜ୍‌ର ରିପୋର୍ଟ ଅନୁସାରେ ୨୦୨୧ ଜାନୁଆରୀରୁ-ଫେବୃଆରୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୋଟେରା ଷ୍ଟାଡିୟମ୍‌ରେ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ ଖେଳାଯାଇପାରେ । ଭାରତୀୟ ଦଳ ଡିସେମ୍ବର ୨୦୨୦ରେ ଅଷ୍ଟ୍ରେଲିଆଠାରେ ଡେ ନାଇଟ୍ ଟେଷ୍ଟ ଖେଳିବ । ଏହିପରି ପୂର୍ବ ଟେଷ୍ଟ ମ୍ୟାଚ୍ ଭାରତ ଗତ ବର୍ଷ ବାଂଲାଦେଶ ବିପକ୍ଷରେ ଇଟେନ୍ ଗାର୍ଡେନଠାରେ ଖେଳିଥିଲା ଓ ବିଜୟୀ ମଧ୍ୟ ହୋଇଥିଲା । ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଚାରୋଟି ଟେଷ୍ଟମ୍ୟାଚ୍ ସିରିଜ୍ ଖେଳିବ, ଯାହା ବ୍ରିସ୍‌ବେନ୍‌, ଏଡିଲେଡ଼ ଓ ପର୍ଥରେ ଖେଳାଯିବ । କିନ୍ତୁ ଏହା ସ୍ଥିତ ହୋଇନାହିଁ ଯେ, ସିରିଜ୍‌ର କେଉଁ ମ୍ୟାଚ୍ ଗୋଲାପି ବଲ୍‌ରେ ଖେଳାଯିବ । ଏହି ସିରିଜ୍ ପରେ ଭାରତୀୟ ଦଳ ନିଜ ଭୂମିରେ ଅହମ୍ମଦାବାଦସ୍ଥିତ ଏହି ଷ୍ଟାଡିୟମ୍‌ଠାରେ ଡେନାଇଟ୍ ଟେଷ୍ଟ ମ୍ୟାଚ୍ ଖେଳିପାରେ ।
୭୦୦ କୋଟି ଟଙ୍କା ବ୍ୟୟ କରାଯାଇ ପୁନଃନିର୍ମିତ କରାଯାଇଥିବା ଏହି ଷ୍ଟାଡିୟମ୍‌କୁ ଆମେରିକାର ରାଷ୍ଟ୍ରପତି ଡୋଲାଲ୍ଟ ଟ୍ରମ୍ପ ପଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଉଦ୍‌ଘାଟନ କରିବେ । ଏହି ଷ୍ଟାଡିୟମ୍ ୬୩ ଏକର ଜାଗେରେ ନିର୍ମିତ ହୋଇଛି ଏବଂ ଏହା ୧ ଲକ୍ଷ ୧୦ ଜହାର ଲୋକଙ୍କୁଧାରଣ କରିବାରେ କ୍ଷମତା ରଖୁଛି । ଏହି ବର୍ଷ ହିଁ ଷ୍ଟାଡିୟମ୍‌ଟି ଖେଳାଯିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଉପଯୋଗୀ ହୋଇଯିବ ।


Share It

Comments are closed.