ଏବେ ରୋହିତଙ୍କୁ ତାଚ୍ଛଲ୍ୟ କଲେ କଙ୍ଗନା, କ୍ରିକେଟର୍ସଙ୍କୁ କହିଲେ ‘ଧୋବୀ କା କୁତ୍ତା’


ଆମେରିକା ପପ ଷ୍ଟାର ରିହାନା କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଅନେକ ହସ୍ତୀ ଏହାର ସମର୍ଥନରେ ବାହାରିଛନ୍ତି। ଦେଶ ସମେତ ବିଦେଶର ଅନେକ ହସ୍ତୀ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ସରକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସରକାରଙ୍କ ପ୍ରତିକ୍ରିୟାକୁ ବଲିଉଡ କଳାକାର ଓ କ୍ରିକେଟର୍ସ ସମର୍ଥନ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରିଛନ୍ତି। ଭାରତୀୟ କ୍ରିକେଟ ଟିମର ଓପନର ରୋହିତ ଶର୍ମା ମଧ୍ୟ ଟ୍ୱିଟ୍ କରିଛନ୍ତି। ରୋହିତଙ୍କ ଟ୍ୱିଟ ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଭଡକି ଯାଇଛନ୍ତି।

ପପ ଷ୍ଟାର ରିହାନା ଓ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ଭଳି ବିଶ୍ୱସ୍ଥରୀୟ ସେଲିବ୍ରିଟି କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ କଡା ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବଲିଉଡର ଅନେକ କଳାକାର, କ୍ରିକେଟର୍ସ ଓ କେନ୍ଦ୍ର ମନ୍ତ୍ରୀ ସରକାରଙ୍କ ପ୍ରତିକ୍ରିୟାକୁ ସମର୍ଥନ କରିଛନ୍ତି। ସଚିନ ତେନ୍ଦୁଲକର, ବିରାଟ କୋହଲି, ରବି ଶାସ୍ତ୍ରୀ ଇଣ୍ଡିଆ ଟୁଗେଦର ଓ ଭାରତ ଅପପ୍ରଚାର ବିରୋଧ ହ୍ୟାସ୍ ଟ୍ୟାଗ୍ ସହ ଟ୍ୱିଟ୍ କରିଛନ୍ତି। ରୋହିତ ଶର୍ମା ମଧ୍ୟ ଟ୍ୱିଟ କରିଛନ୍ତି।

 

ରୋହିତ ଶର୍ମା ଟ୍ୱିଟ୍ କରିଛନ୍ତି, “ଭାରତ ସର୍ବଦା ସେହି ସମୟରେ ମଜବୁତ ହୋଇଛି ଯେତେବେଳେ ଏକଜୁଟ ହୋଇଛି ଏବଂ ସମାଧାନ ସମୟର ଦାବି। ଆମ କୃଷକ ଆଃ ଦେଶର ଭଲ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ମୋତେ ବିଶ୍ୱାସ ଅଛି ସମାଧାନ ବାଟ ବାହାର କରିବାରେ ସମସ୍ତେ ନିଜ ଭୂମିକା ସଠିକ ଭାବେ ଗ୍ରହଣ କରିବେ।”
ରୋହିତ ଶର୍ମାଙ୍କ ଏହି ଟ୍ୱିଟ୍ ପରେ କଙ୍ଗନା ରାଗି ଯାଇଛନ୍ତି। କଙ୍ଗନା ରୋହିତ ଶର୍ମାଙ୍କ ଟ୍ୱିଟର ଜବାବ ଦେଇ ସମସ୍ତ କ୍ରିକେଟର୍ସଙ୍କ ତୁଳନା ଧୋବାର କୁକୁରର ସହ କରିଛନ୍ତି। କଙ୍ଗନାଙ୍କ ଏହି ଟ୍ୱିଟକୁ ଟ୍ୱିଟର ଡିଲିଟ କରିଦେଇଛି। କଙ୍ଗନା ଟ୍ୱିଟ କରିଥିଲେ, ସବୁ କ୍ରିକେଟର୍ସ ଧୋବାର କୁକୁର, ନା ଘରର ନା ଘାଟ ଭଳି କାହିଁକି ପାଟି କରୁଛନ୍ତି। କୃଷକ ଏମିତି ଆଇନ ବିରୋଧରେ କାହିଁକି ଆନ୍ଦୋଳନ କରିବେ ଯାହା ତାଙ୍କ ପାଇଁ ଭଲ। ଏମାନେ ଆତଙ୍କବାଦୀ ଯେଉଁମାନେ ହିଂସା କରୁଛନ୍ତି।

ଏହି ମାମଲାରେ ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ, କିଛି ନିହିତ ସ୍ୱାର୍ଥପର ପ୍ରଦର୍ଶନକୁ ନେଇ ନିଜ ଏଜେଣ୍ଡା ରଖିବାକୁ ପ୍ରୟାସ କରୁଛନ୍ତି। ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଛି, “ବିଶେଷ କରି ପ୍ରସିଦ୍ଧ ଓ ଲୋକପ୍ରିୟ ସେଲିବ୍ରିଟି ସୋସିଆଲ୍ ମିଡ଼ିଆରେ ହ୍ୟାସ୍ ଟ୍ୟାଗ୍ ଓ ନିଜ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିବାର କୌଣସି ପ୍ରୟୋଜନ ନାହିଁ କି ଏହା ଦାୟିତ୍ୱବାନର କାମ ନୁହେଁ।”

କେନ୍ଦ୍ର ଗୁହାମନ୍ତ୍ରୀ ଅମିତ ଶାହ କହିଛନ୍ତି, କୌଣସି ଅପପ୍ରଚାର ଭାରତର ଏକତାକୁ ଦୋହଲାଇ ପାରିବ ନାହିଁ କି ଦେଶକୁ ନୂଆ ଶିଖର ଛୁଇଁବାରେ ରୋକି ପାରିବ ନାହିଁ।


Share It

Comments are closed.