ଇଂଲଣ୍ଡକୁ ଲାଗିଲା ବଡ ଝଟକା, ପ୍ରଥମ ଦୁଇଟି ଟେଷ୍ଟରୁ ବାଦ ପଡିଲେ ଜ୍ୟାକ କ୍ରୋଲି


ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରୋଟି ଟେଷ୍ଟ ବିଶିଷ୍ଟ ସିରିଜ ୫ ଫେବୃଆରୀ (ଶୁକ୍ରବାର)ରୁ ଆରମ୍ଭ ହେବାକୁ ଯାଉଛି । ସିରିଜର ପ୍ରଥମ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଇଂଲଣ୍ଡ ଦଳକୁ ବଡ ଝଟକା ଲାଗିଛି । ଇଂଲଣ୍ଡର ଟପ ଅର୍ଡର ଖେଳାଳୀ ଜ୍ୟାକ କ୍ରୋଲି ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ବାହାର ହୋଇଯାଇଛନ୍ତି । ଡ୍ରେସିଙ୍ଗ ରୁମ ବାହାରେ ଖସି ପଡିବାରୁ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ସିରିଜର ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇର ଏମଏ ଚିଦ୍ୱାମ୍ବରମ ଷ୍ଟାଡିୟମରେ ଖେଳାଯିବାର ଅଛି ଏବଂ କ୍ରୋଲି ଏହି ଦୁଇଟି ଟେଷ୍ଟ ମ୍ୟାଚରୁ କୌଣସି ଗୋଟିଏରେ ମଧ୍ୟ ଖେଳିପାରିବେ ନାହିଁ ।

ଇଂଲଣ୍ଡ ଏବଂ ୱାଲ୍ସ କ୍ରିକେଟ ବୋର୍ଡ ମୁତାବକ, କ୍ରୋଲି ଡ୍ରେସିଙ୍ଗ ରୁମରୁ ବାହାରୁଥିବା ସମୟରେ ମର୍ବଲ ଚଟଣାରେ ଗୋଡ ଖସିଯିବା ହେତୁ ସେ ତଳେ ଖସି ପଡିଥିଲେ । ସେପଟେ ଇଂଲଣ୍ଡ ପାଇଁ ଆଉ ଏକ ଭଲ ଖବର ମଧ୍ୟ ଓଲି ପୋପଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ମଧ୍ୟ ହୋଇସାରିଛି । ମଧ୍ୟମକ୍ରମର ବ୍ୟାଟ୍ସମ୍ୟାନ ପୋପ୍ସଙ୍କ ଗତ ବର୍ଷ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ସମୟରେ କାନ୍ଧରେ ଆଘାତ ଲାଗିଥିବା, ତାଙ୍କର ଅସ୍ତ୍ରପୋଚାର କରିବାକୁ ପଡିଥିଲା ।


Share It

Comments are closed.