FD ସୁଧ ହାରକୁ ବୃଦ୍ଧି କଲା ବଜାଜ୍ ଫାଇନାନ୍ସ ଲିମିଟେଡ୍‌


ଫେବୃୟାରୀ 4, 2021,ପୁନେ, ମହାରାଷ୍ଟ୍ର : ବଜାଜ ଫାଇନସର୍ଭର ଋଣ ପ୍ରଦାନ ଏବଂ ବିନିଯୋଗ ଶାଖା ବାଜ ଫାଇନାନ୍ସ ଲିମିଟେଡ୍ (ବିଏଫ୍ଏଲ୍) 36 ରୁ 60 ମାସର ଅବଧି ପାଇଁ fixed deposit (ଏଫଡି) ହାରକୁ 40 ଆଧାର ପଏଣ୍ଟକୁ ବୃଦ୍ଧି କରିଛି। 5 କୋଟି ଟଙ୍କାରୁ କମ୍ ଜମା ଉପରେ ଏହି ସଂଶୋଧିତ ବଜାଜ ଫାଇନାନ୍ସ ସୁଧ ହାର ଫେବୃଆରୀ 1, 2021 ରୁ କାର୍ଯ୍ୟକାରୀ ହୋଇଛି। ପରିବର୍ତ୍ତିତ ସୁଧ ହାର ନୂତନ ଜମା ଓ ପରିପକ୍ୱ ହେଉଥିବା ଜମାର ନବୀକରଣ ଉପରେ ଲାଗୁ ହେବ।

ଉପରୋକ୍ତ ଟେବୁଲ୍ ଅନୁଯାୟୀ, 12 ମାସରୁ 23 ମାସ ମଧ୍ୟରେ ଏଫଡି ପାଇଁ 5 ଆଧାର ପଏଣ୍ଟ ବୃଦ୍ଧି, ଏବଂ 24 ମାସରୁ 36 ମାସ ମଧ୍ୟରେ ଏଫଡି ପାଇଁ 30 ଆଧାର ପଏଣ୍ଟ ବୃଦ୍ଧି ହୋଇଛି। 36 ରୁ 60 ମାସ ମଧ୍ୟରେ ଅବଧି ପାଇଁ 40 ଆଧାର ପଏଣ୍ଟ ବୃଦ୍ଧି ହୋଇଛି।
ସଦ୍ୟତମ ପରିବର୍ତ୍ତନ ଅନୁସାରେ, ଅଣ-ବରିଷ୍ଠ ନାଗରିକଙ୍କ ପାଇଁ 36 ମାସରୁ 60 ମାସ ମଧ୍ୟରେ ଜମା ଉପରେ 7% ପର୍ଯ୍ୟନ୍ତ ସର୍ବାଧିକ ରିଟର୍ଣ୍ଣ ମିଳିପାରିବ ଯେଉଁଥିରେ ଅନଲାଇନ୍ ନିବେଶ କ୍ଷେତ୍ରରେ 0.10% ଲାଭ ମିଳିପାରିବ। ସେହି ସମାନ ଅବଧି ପାଇଁ, ବରିଷ୍ଠ ନାଗରିକମାନେ ଏଫଡି ହାର ତୁଳନାରେ 0.25% ଅଧିକ ଲାଭ ପାଇ ପାରିବେ ଯାହାକି ନିବେଶର ପ୍ରଣାଳୀ ନିର୍ବିଶେଷରେ 7.25% ର ଆଶ୍ୱସ୍ତ ରିଟର୍ଣ୍ଣ ପ୍ରଦାନ କରିବ।


Share It

Comments are closed.