ଚାଷୀଙ୍କ ଟ୍ରାକ୍ଟର ର‌୍ୟାଲି ଉପରେ ରାୟ ରଖିଲେ ସୁପ୍ରିମ କୋର୍ଟ, ଦିଲ୍ଲୀକୁ କିଏ ଆସିବେ କିମ୍ବା ନାହିଁ ତାହା ନିଷ୍ପତି ନେବ ପୋଲିସ


୨୬ ଜାନୁଆରୀ ଅର୍ଥାତ ଗଣତନ୍ତ୍ର ଦିବସ ଦିନ ଚାଷୀଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଟ୍ରାକ୍ଟର ର‌୍ୟାଲି ବିରୋଧରେ ଦାୟର ହୋଇଥିବା ମାମଲାର ଶୁଣାଣୀ ସୁପ୍ରିମକୋର୍ଟ ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ବର୍ତ୍ତମାନ ଏହି ମାମଲାର ଶୁଣାଣୀ ଆସନ୍ତା ୨୦ ତାରିଖରେ ହେବ । କୋର୍ଟରେ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା ।
କୋର୍ଟ ଶୁଣାଣୀ ସମୟରେ ଏହି ରାୟ ଦେଇଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ର‌୍ୟାଲି ବିରୋଧରେ ପ୍ର୍ରଶାସନ ରୋକ ଲଗାଇପାରେ । ଯଦି କୋର୍ଟ ପକ୍ଷରୁ ରୋକ ଲଗାଯାଏ ତେବେ ଏହାର ଭୁଲ ବାର୍ତ୍ତା ଯିବ । କୋର୍ଟ କହିଛି ଯେ, ରାମଲୀଳା ମଇଦାନରେ ବିକ୍ଷୋଭର ଅନୁମତିକୁ ନେଇ ଦିଲ୍ଲୀ ପୋଲିସକୁ ନିଜେ ନିଷ୍ପତି ନେବାକୁ ପଡିବ । ଏହା ଛଡା କୋର୍ଟ କହିଛି ଯେ, ସହରରେ କେତେ ଲୋକ, କେମିତି ଆସିବେ ତାହା ପୋଲିସ ନିର୍ଣ୍ଣୟ ନେବ । ମୁଖ୍ୟ ବିଚାରପତି ଏସଏ ବୋବଡେ କହିଛନ୍ତି ଯେ, କୋର୍ଟକୁ କହିବାକୁ ପଡିବ ସରକାରଙ୍କ ପାଖରେ ପୋଲିସ ଆକ୍ଟ ଅନୁଯାଇ କେତେ ଶକ୍ତି ୍‌ଅଛି ।

ପ୍ରକାଶ ଥାଉକି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ୨ ମାସ ହେବାକୁ ବସିଲାଣି । ଏହି ମଧ୍ୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା, ଭାରତୀୟ କଷାନ ୟୁନିୟନର ଅଧ୍ୟକ୍ଷ ଗୁରୁନାମ ସିଂହ ଚଦୁନୀଙ୍କୁ ବହିଷ୍କୃତ କରିସାରିଛି । ଚାଷୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ୯ ରାଉଣ୍ଡ ବୈଠକ ବସି ସାରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ ।


Share It

Comments are closed.