ସିରାଜଙ୍କୁ ପ୍ରଶଂସାରେ ପୋତିଲେ ସେହୱାଗ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଏବଂ ନିର୍ଣ୍ଣାୟକ ମ୍ୟାଚ ବ୍ରିସବେନର ଗୋୱା ମଇଦାନରେ ଖେଳାଯାଉଛି । ମ୍ୟାଚର ୪ର୍ଥ ଦିନର ଖେଳ ଶେଷ ହେବା ସୁଧା ଭାରତ ଦ୍ୱିତୀୟ ଇଂନିସରେ ବିନା କୌଣସି ୱିକେଟ ହରାଇ ଚାରି ରନ ସଂଗ୍ରହ କରିନେଇଛି । ଭାରତୀୟ ଦଳକୁ ବିଜୟ ପାଇଁ ଶେଷ ଦିନରେ ୩୨୪ ରନର ଆବଶ୍ୟକତା ରହିବ । ମ୍ୟାଚ ଚତୁର୍ଥ ଦିନରେ ମହମ୍ମଦ ସିରାଜ ନିଜର ଶାଣିତ ବୋଲିଂରେ ସମସ୍ତଙ୍କୁ ବେଶ ପ୍ରଭାବିତ କରିଥିଲେ । ସିରାଜ, ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଇଂନିସରେ ୫ଟି ୱିକେଟ ହାସଲ କରିଛନ୍ତି । ଏହାକୁ ନେଇ ପୂର୍ବତ୍ତନ କ୍ରିକେଟର ବିରେନ୍ଦ୍ର ସେହୱାଗ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

ସେହୱାଗ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, “ଏହି ଗସ୍ତରେ ଜଣେ ବାଳକ ଆସିଥିଲା, ଯିଏକି ଜଣେ ମଣିଷ ହୋଇଯାଇଛନ୍ତି, ସିରାଜ । ନିଜର ପ୍ରଥମ ଟେଷ୍ଟ ସିରିଜରୁ ସେ ଆକ୍ରମଣାତ୍ମକ ବୋଲିଂର ନେତୃତ୍ୱ ନେଉଛନ୍ତି ଏବଂ ସେ ପ୍ରଥମରୁ ହିଁ ନେତୃତ୍ୱ ନେଉଛନ୍ତି । ଯେଉଁଭଳି ଭାବରେ ନୂଆ ଯୁବ ଖେଳାଳୀ ଭାରତ ପାଇଁ ପ୍ରଦର୍ଶନ କରିଛନ୍ତି, ତାହା ଦୀର୍ଘ ସମୟ ଧରି ଆମର ସ୍ମରଣରେ ରହିବ । ଯଦି ଆମେ ଟ୍ରଫି ରିଟେନ କରୁଛୁ ତାହା ସଂପୂର୍ଣ୍ଣ ଠିକ ହେବ । ”


Share It

Comments are closed.