ଦୀପିକା ପାଦୁକୋନଙ୍କ ସେଲ୍ଫ କେୟାର ବ୍ରାଣ୍ଡ 82E କୁ ନେଇ ଅସନ୍ତୁଷ୍ଟ ପ୍ରଶଂସକ: ଏହା ହେଉଛି କାରଣ


ବଲିଉଡର ଡିଭା ଦୀପିକା ପାଦୁକୋନ ମଙ୍ଗଳବାର ଦିନ ନିଜର ସେଲ୍ଫ କେୟାର ବ୍ରାଣ୍ଡ 82E (ଏଟି-ଟୁ ଇଷ୍ଟ)ର ଲଂଚ କରିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ‘ଦୁଇ ବର୍ଷର ନିରନ୍ତର ଉଦ୍ୟମ’ ପରେ ଶେଷରେ ବ୍ରାଣ୍ଡ ଉପସ୍ଥାପନ କରି ସେ ବହୁତ ଖୁସି ଅଛନ୍ତି। ସେ କିଛି ନୂଆ ବ୍ରାଣ୍ଡର ପରିଚୟ ଦେବା ପରେ ଇନଷ୍ଟାଗ୍ରାମରେ କହିଛନ୍ତି ଯେ, କିଛି ନିର୍ମାଣ କରିବା ପରେ ତାକୁ ପରିଚିତ କରାଇବାର ଆନନ୍ଦ ପ୍ରକୃତରେ ଅଦ୍ୱିତୀୟ।

ଏହି ବ୍ରାଣ୍ଡ ଉଦ୍ଘାଟନୀ ପ୍ରଡକ୍ଟ ଲାଇନରେ ‘ଅଶ୍ୱଗନ୍ଧା ବାଉନ୍ସ’ ମଶ୍ଚରାଇଜର ଏବଂ ‘ପାଚୁଲି ଗ୍ଲୋ’ ସନ୍ସ୍କ୍ରିନ୍ ଡ୍ରପ୍ ର ଉପସ୍ଥାପନା କରିଛି | ସହ-ପ୍ରତିଷ୍ଠାତା ଜିଗର କେ ଶାହାଙ୍କ ନେତୃତ୍ୱରେ, 82E ର ଉଦ୍ଘାଟନୀ ଉତ୍ପାଦଗୁଡ଼ିକ ଏହାର D2C ୱେବସାଇଟ୍ – 82e.com ରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ |

ପ୍ରଶଂସକମାନେ ତାଙ୍କ ନୂତନ ବ୍ରାଣ୍ଡକୁ ଏକ୍ସପ୍ଳୋର କରିବାକୁ ଉତ୍ସାହିତ ହୋଇ ତୁରନ୍ତ ୱେବସାଇଟକୁ ଯାଇ ଖାଲି ହାତରେ ଫେରିଛନ୍ତି | ସନ୍ସ୍କ୍ରିନ୍ ର ମୂଲ୍ୟ ୧୮୦୦ ଟଙ୍କା ଏବଂ ମଶ୍ଚରାଇଜରର ମୂଲ୍ୟ ୨୭୦୦ ଟଙ୍କା |ହତାଶ ପ୍ରଶଂସକମାନେ ଟ୍ୱିଟରକୁ ଯାଇ ଏହି ଦାମୀ ମୂଲ୍ୟର ଟ୍ୟାଗକୁ ସମାଲୋଚନା କରିଛନ୍ତି।

ଅନେକେ ପ୍ରାଇସ ଟ୍ୟାଗ୍ ବିଷୟରେ ଅଭିଯୋଗ କରିବାରେ ବ୍ୟସ୍ତ ଥିବାବେଳେ କେତେକ ଦାବି କରିଛନ୍ତି ଯେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ତାଙ୍କ ସୁଲଭ ସ୍କିନ୍ କେୟାର ବ୍ରାଣ୍ଡ କେ ସହିତ ଏକ ଉତ୍ତମ କାର୍ଯ୍ୟ କରିଛନ୍ତି। ସେମାନେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍କିନ୍ କେୟାର ଉତ୍ପାଦଗୁଡିକ ଫେଣ୍ଟି କିମ୍ବା ହୁଡା ବିୟୁଟି ଉତ୍ପାଦ ପରି ମହଙ୍ଗା ଅଟେ |

ପାଦୁକୋନଙ୍କ ସ୍କିନ୍ କେୟାର ଉତ୍ପାଦକୁ କିଛି ଲୋକ ଅଯୌକ୍ତିକ ଏବଂ ଅନୁପଯୁକ୍ତ ବୋଲି କହିଛନ୍ତି |ଜଣେ ଉପଭୋକ୍ତା ଏପରିକି ସୂଚାଇ ଦେଇଛନ୍ତି ଯେ ଅଭିନେତ୍ରୀ କେବଳ ବିଳାସପୂର୍ଣ୍ଣ ବ୍ରାଣ୍ଡ ସହିତ ନିଜକୁ ଜଡିତ କରନ୍ତି।

କମ୍ପାନୀର କହିବାନୁସାରେ, ଉଦ୍‌ଘାଟନୀ ସ୍କିନ୍ କେୟାର ଲାଇନ ଘରୋଇ ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି – ଯେଉଁମାନେ ଉତ୍ପାଦ ତିଆରି କରିବା ପାଇଁ ଭାରତୀୟ ଉପାଦାନ ଏବଂ ବୈଜ୍ଞାନିକ କମ୍ପାଉଡ ପରୀକ୍ଷା କରିଛନ୍ତି।

ଉନ୍ମୋଚନ ହେବାର ଦୁଇ ଦିନ ପରେ ଗୁରୁବାର ସକାଳେ ହ୍ରିତିକ ରୋଶନଙ୍କ ସହ ପାଦୁକୋନ ତାଙ୍କ ଆଗାମୀ ଏରିଆଲ ଆକ୍ସନ ଥ୍ରୀଲର ଫିଲ୍ମ ‘ଫାଇଟର’ର ସୁଟିଂ ଆରମ୍ଭ କରିବାକୁ ଯାଇଛନ୍ତି।


Share It

Comments are closed.