ସୂର୍ଯ୍ୟଙ୍କ ପ୍ରଶଂସାରେ ଶତମୁଖ ହାର୍ଦ୍ଦିକ, କହିଲେ କିଛି ଏପରି


ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ଶେଷ ହେବା ପରେ ଏବେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି । ଏହି ଗସ୍ତରେ ଭାରତ ୩ଟି ଟି-20 ଓ ୩ଟି ଏକ ଦିବସୀୟ ମ୍ୟାଚର ସିରିଜ (India vs New Zealand Series) ଖେଳିବ । ଏହି କ୍ରମରେ ଭାରତ (Indian Cricket Team) ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-20 ମ୍ୟାଚ୍ (IND vs NZ 2nd T20 Match) ଖେଳିଛି । ଏହି ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ (New Zealand Team) କୁ ୬୫ ରନରେ ପରାସ୍ତ କରିଛି । ଏହା ସହ ଟିମ୍ ଇଣ୍ଡିଆ (Team India) ସିରିଜରେ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନ ମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ଏଠାରେ କହି ରଖୁଛୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ରୋହିତ ଶର୍ମା (Rohit Sharma) ଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଅଧିନାୟକତ୍ୱ କରୁଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-20 ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୧୯୧ ରନ୍ ସ୍କୋର କରିଥିଲା । ଏହି ଲକ୍ଷ୍ୟକୁ କିୱି ଦଳ ହାସଲ କରିପାରି ନଥିଲା । ମ୍ୟାଚ୍ ଜିତିବା ପରେ ଭାରତୀୟ ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ଏକ ବଡ଼ ବୟାନ ଦେଇଛନ୍ତି । ଏହି ମ୍ୟାଚ୍ ଜିତିବା ପରେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, “ଏହାଠାରୁ କିଛି ଭଲ ହୋଇପାରିବ ନାହିଁ । ଅନ୍ୟପଟେ ନିଶ୍ଚିତ ଭାବେ ସୂର୍ଯ୍ୟକୁମାର ଯାଦବଙ୍କ ଏକ ଖାସ୍ ଇନିଂସ ଥିଲା । ଆମେ ୧୭୯-୧୭୫ ସ୍କୋର କରିଥାନ୍ତେ । ବୋଲରମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଏହା ମାନସିକତା ପରିବର୍ତ୍ତନ ବିଷୟରେ ଥିଲା । ଆପଣ ପ୍ରତ୍ୟେକ ବଲରେ ୱିକେଟ୍ ନେଇପାରିବେ ନାହିଁ, କିନ୍ତୁ ପ୍ରତ୍ୟେକ ବଲ ସହିତ ଆକ୍ରମଣାତ୍ମକ ହେବା ଜରୁରୀ ଅଟେ ।”

ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଗକୁ କହିଛନ୍ତି ଯେ, “ପରିସ୍ଥିତି ବହୁତ ଓଦା ଥିଲା ତେଣୁ ବୋଲରଙ୍କୁ ଶ୍ରେୟ ଯାଇଥାଏ । ମୁଁ ବହୁତ ବୋଲିଂ କରିଛି, ଆଗକୁ ଯାଇ ମୁଁ ଅଧିକ ବୋଲିଂ ବିକଳ୍ପ ଦେଖିବାକୁ ଚାହୁଁଛି । ଏହା ସର୍ବଦା କାମ କରିବ ନାହିଁ, କିନ୍ତୁ ମୁଁ ଚାହେଁ ବ୍ୟାଟ୍ସମ୍ୟାନ ମାନେ ବଲ୍ ସହିତ ଅଧିକ ସାହାଯ୍ୟ କରନ୍ତୁ । ମୁଁ ଜାଣେ ନାହିଁ (ପରବର୍ତ୍ତୀ ଖେଳର ପରିବର୍ତ୍ତନ ବିଷୟରେ) । ମୁଁ ଦଳର ସମସ୍ତଙ୍କୁ ସୁଯୋଗ ଦେବାକୁ ଚାହୁଁଛି କିନ୍ତୁ ବର୍ତ୍ତମାନ ଆଉ ଗୋଟିଏ ମ୍ୟାଚ୍ ଅଛି, ତେଣୁ ଏହା ଟିକେ କଷ୍ଟକର । ମୁଁ ଆଶା କରେ ଯେ ସେମାନେ ବୃତ୍ତିଗତ ହେବେ, ଯାହା ସେମାନେ ଅଛନ୍ତି । ଏହା ଏକ ପରିବେଶ ସୃଷ୍ଟି କରିବା ବିଷୟରେ ଯେଉଁଠାରେ ସମସ୍ତେ ଏକ ଆନନ୍ଦିତ ସ୍ଥାନରେ ଅଛନ୍ତି । ମୁଁ ଏହି ଦଳରେ ଅନେକ ଥର ଦେଖୁଛି ଯେ ସମସ୍ତ ଖେଳାଳି ପରସ୍ପରର ସଫଳତା ପାଇଁ ଖୁସି ଅଛନ୍ତି ଓ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।”

ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲାଣ୍ଡ ବିପକ୍ଷରେ ସୁର୍ଯ୍ୟକୁମାର ଯାଦବ ଧମାକାଦାର ଇନିଂସ ଖେଳିଛନ୍ତି । ସେ ସମଗ୍ର ପଡ଼ିଆରେ ଷ୍ଟ୍ରୋକ୍ ଲଗାଇଥିଲେ । ତାଙ୍କ କାରଣରୁ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ସୂର୍ଯ୍ୟକୁମାର ଯାଦବ ୫୧ଟି ବଲରେ ୧୧୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୧୧ ଚୌକା ଓ ୭ ଛକା ସାମିଲ ରହିଛି । ଟି-20 କ୍ରିକେଟରେ ଏହା ତାଙ୍କର ଦ୍ୱିତୀୟ ଶତକ । ଏଠାରେ ଜଣାଇ ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।

 


Share It

Comments are closed.