ବିଲ ଗେଟ୍ସଙ୍କୁ ପଛରେ ପକାଇ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହେଲେ ଏଲନ ମସ୍କ
ଟେସଲା ଇଙ୍କ ଏବଂ ସ୍ପେସ୍ ଏକ୍ସର ପ୍ରତିଷ୍ଠାତା ତଥା ସିଇଓ ଏଲୋନ୍ ମସ୍କ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ସେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ପଛରେ ପକାଇଦେଇଛନ୍ତି। ୪୯ ବର୍ଷୀୟ ମସ୍କଙ୍କର ମୋଟ ସମ୍ପତି ମୂଲ୍ୟ ୧୨୭.୯ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି | ଟେସଲାର ସେୟାରରେ ବୃଦ୍ଧି ହେତୁ ତାଙ୍କର ନିଟ୍ ମୂଲ୍ୟ ବୃଦ୍ଧି ପାଇଛି। ଟେସଲାର ବଜାର ମୂଲ୍ୟ ୪୯୧ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି।
ଏଲୋନ୍ ମସ୍କ ଚଳିତ ବର୍ଷ ତାଙ୍କ ନେଟଓର୍ଥରେ ପ୍ରାୟ ୧୦୦.୩ ବିଲିୟନ ଡଲାର୍ ଯୋଡିଛନ୍ତି। ବ୍ଲୁମବର୍ଗ ଇଣ୍ଡେକ୍ସ ଅନୁଯାୟୀ ଜାନୁଆରୀରେ ସେ ଧନୀ ମାନ୍ୟତାରେ ୩୫ ତମ ସ୍ଥାନରେ ରହିଥିଲେ ମଧ୍ୟ ବର୍ତ୍ତମାନ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ଏଲୋନ୍ ମସ୍କର ଧନ ସର୍ବାଧିକ ବୃଦ୍ଧି ପାଇଛି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଶନିବାର ଦିନ ୧୮୩ ବିଲିୟନ ଡ଼ଲାର ସମ୍ପତ୍ତି ସହିତ ଜେଫ ବେଜୋସ ପ୍ରଥମ ସ୍ଥାନରେ, ବିଲ ଗେଟ୍ସ ୧୨୮ ବିଲିୟନ ଡଲାର ସହିତ ଦ୍ବିତୀୟରେ ଥିବାବେଳେ ବର୍ତ୍ତମାନ ଏଲୋନ ମସ୍କ ଏହି ସ୍ଥାନରେ ପହଞ୍ଚିଛନ୍ତି। ୧୦୫ ବିଲିୟନ ଡ଼ଲାର ସହିତ ବର୍ନାର୍ଡ ଆର୍ନୋଲ୍ଡ ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ମାର୍କ ଜୁକରବର୍ଗ ୧୦୨ ବିଲିୟନ ଡଲାର ସମ୍ପତ୍ତି ସହିତ ପଞ୍ଚମ ସ୍ଥାନରେ ଅଛନ୍ତି।
Comments are closed.