ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଈଶାନ୍ତ


ଆଉ ଦୁଇ ଦିନ ପରେ ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ଦ୍ୱିପାକ୍ଷିକ ସିରିଜ। ଏହାରି ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଝଟକା। ଦିନିକିଆ ଓ ଟି-୨୦ ଦଳରୁ ବାଦ ପଡ଼ିଥିବା ରୋହିତ ଶର୍ମା ଓ ଈଶାନ୍ତ ଶର୍ମା ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡ଼ିଛନ୍ତି। ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ। ଅନ୍ୟପଟେ ଇଏସ୍‌ପିଏନ୍‌ କ୍ରିକଇନଫୋ ଏନେଇ ଖବର ପ୍ରକାଶ କରିଛି।

ସୂଚନାଥାଉକି, ଚଳିତ ଆଇପିଏଲ ସିଜିନରେ ରୋହିତ ଶର୍ମା ଓ ଈଶାନ୍ତ ଶର୍ମା ଆହାତ ହୋଇଥିଲେ। ରୋହିତ ଟୁର୍ଣ୍ଣାମେଣ୍ଟର ଶେଷ କିଛି ମ୍ୟାଚ୍‌ ଖେଳିଥିଲେ ହେଲେ ଈଶାନ୍ତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ଏବେ ଦୁଇ ଖେଳାଳି ରାଷ୍ଟ‌୍ରୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ୍‌ ଜାରି ରଖିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଟିମ୍‌ ଇଣ୍ଡିଆର ଏହି ଦୁଇ ଷ୍ଟାର ଖେଳାଳି ଟେଷ୍ଟ ସିରିଜ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇପାରିବେ ନାହିଁ। ଏନେଇ ମଧ୍ୟ ଏନସିଏ ବିଶଷଜ୍ଞ ଟିମ୍‌ ମ୍ୟାନେଜମେଣ୍ଟ, ଚୟନକର୍ତ୍ତା ଓ ବିସିସିଆଇକୁ ସୂଚନା ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ନିକଟରେ ଟିମ୍‌ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀ ଏକ ସାକ୍ଷାତକାରରେ କହିଥିଲେ ଯେ, ଯଦି ରୋହିତ ଓ ଈଶାନ୍ତ ୪ରୁ ୫ଦିନ ମଧ୍ୟରେ ଅଷ୍ଟ୍ରେଲିଆରେ ପହଁଞ୍ଚିବେ ନାହିଁ ତେବେ ଉଭୟେ ଟେଷ୍ଟ ସିରିଜରୁ ବାଦ୍‌ ପଡ଼ି ପାରନ୍ତି।


Share It

Comments are closed.