ନିଶାଶକ୍ତ ଅବସ୍ଥାରେ କୁମ୍ଭୀର ନିକଟକୁ ଚାଲିଗଲେ ବ୍ୟକ୍ତି ଜଣକ, ପରେ କ’ଣ ହେଲା ଦେଖନ୍ତୁ ଭିଡିଓ


ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଗୁରୁରାଟର ବଡୋଦରା ଅଞ୍ଚଳର ଅଟେ, ଯେଉଁଠାରେ ଜଣେ ୫୦ ବର୍ଷିୟ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ କିମ୍ଭୀରଟିର ଏତେ ନିକଟତର ଚାଲିଗଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଗଲେ । ମିଳିଥିବା ସୂଚନା ଅନୁଯାୟୀ ଘଟଣାଟି କାରାଜନ କ୍ଷେତ୍ରସ୍ଥିତ ଜୁନା ଜୁନା ବଜାର ଅଞ୍ଚଳର ଅଟେ । ପଚରାଉଚରା ଦ୍ୱାରା ଜଣାପଡିଲା, ପଙ୍କଜ ପଟେଲ ନାମକ ଜଣେ ବ୍ୟକ୍ତି ଅଧିକାରୀଙ୍କୁ କହିଥିଲେ ଯେ, ସ୍ୱପ୍ନରେ ଦେବୀ ମା’ ଖୋଡିୟାର ତାଙ୍କର ବାହାନ କମ୍ଭୀରକୁ ଛୁଇଁବା ପାଇଁ କହିଥିଲେ । ଦେବୀ ମା’ ଖୋଡିୟାରଙ୍କ ବାହାନ କମ୍ଭୀର ଅଟେ ।

ବଡୋଦରାର ଡେପୁଟି କଞ୍ଜରଭେଟର ଅଫ ଫରେଷ୍ଟ କାର୍ତ୍ତିକ ମହାରାଜା କହିଛନ୍ତି ଯେ, ସୋସିଆଲ ମିଡିଆ ଦ୍ୱାରା ଏହି ଭିଡିଓ ସଂପର୍କରେ ଜଣାପଡିବା ପରେ ଆମେ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଏକ ମାମଲା ରୁଜୁ କରି ପଙ୍କଜ ପଟେଲଙ୍କୁ ପଚରାଉଚରା ପାଇଁ ହେପାଜତକୁ ନେଇଛୁ । ଏହି ଭିଡିଓଟି ୨୪ ଜାନୁଆରୀରେ ସେୟାର କରାଯାଇଥିବାବେଳେ ଏହାକୁ ୩୬ ହଜାରରୁ ଉର୍ଦ୍ଧ୍ୱ ୟୁଜର୍ସ ଦେଖି ସାରିଲେଣି ।
ଭାଇରାଲ ଭିଡିଓରେ ଆପଣ ସ୍ପଷ୍ଟ ଦେଖିପାରିବେ ଯେ, ବ୍ୟକ୍ତି ଜଣକ କମ୍ଭୀର ପାଖକୁ ଚାଲିଯାଉଛି । ପାଖରେ ଥିବା ଲୋକେ ତାଙ୍କୁ ଏହା ନକରିବା ପାଇଁ ବାରଣ ମଧ୍ୟ କରୁଛନ୍ତି । କିନ୍ତୁ ବ୍ୟକ୍ତି ଜଣକ କିଛି ଶୁଣିଲା ନାହି । ସେ କେବଳ କୁମ୍ଭୀର ପାଖକୁ ଗଲା ନାହିଁ ବରଂ କମ୍ଭୀରକୁ ବାରମ୍ବାର ଛୁଇଁଥିଲା ମଧ୍ୟ । ସୌଭାଗ୍ୟ ବଶତଃ କମ୍ଭୀରଟି ବ୍ୟକ୍ତି ଜଣଙ୍କୁ କୌଣସି ଆକ୍ରମଣ କରିନଥିଲା ।


Share It

Comments are closed.