ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଏଏମ୍‌ସି ପକ୍ଷରୁ ୫୦ ହଜାରରୁ ଉର୍ଦ୍ଧ ବୃକ୍ଷରୋପଣ ପାଇଁ ନିଷ୍ପତି


ଭୁବନେଶ୍ୱର: ଭାରତର ସର୍ବବୃହତ ଆସେଟ୍ ମ୍ୟାନେଜ୍‌ମେଂଟ୍ (ଏଏମ୍‌ସି) କମ୍ପାନୀ ମଧ୍ୟରୁ ଅନ୍ୟତମ, ଆଇସିଆଇସିଆଇ ପ୍ରୁଡେନ୍ସିଆଲ ୫୦,୦୦୦ରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ ପାଇଁ ନିଷ୍ପତି ନେଇଛି । ଏହି ଚାରାସଂଖ୍ୟା ନୂଆ ଫଣ୍ଡ ଅଫର ଅବଧିରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଇଏସ୍‌ଜି ଫଣ୍ଡରେ ନିବେଶ ପାଇଁ ଚୟନ କରାଯାଇଥିବା ନିବେଶକମାନଙ୍କ ସଂଖ୍ୟା ସହିତ ସମାନ ଅଟେ । ଆଗକୁ ମଧ୍ୟ ଏହି ଫଣ୍ଡରେ ନିବେଶ କରୁଥିବା ପ୍ରତ୍ୟେକ ନୂଆ ନିବେଶକଙ୍କ ପାଇଁ ଏଏମ୍‌ସି ନିଜ ତରଫରୁ ଏକ ଚାରା ଲଗାଇବାର ସଂକଳ୍ପ ନେଇଛି । ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରିରେ ଏହି ପ୍ରକାରର ଏହା ପ୍ରଥମ ପଦକ୍ଷେପ ଅଟେ । ଏହି ନୂତନ ଫଣ୍ଡ ଅଫର ୧,୪୫୭ କୋଟି ଟଙ୍କା ମୂଲ୍ୟର ୫୦,୦୦୦ରୁ ଅଧିକ ଆବେଦନ ସହିତ ଏକ ଉତ୍ସାହଜନକ ପ୍ରତିକ୍ରିୟା ପାଇଥିଲା । ଏହାର ପ୍ରାରମ୍ଭ ଠାରୁ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଇଏସ୍‌ଜି ୧୭.୮୮% ରିଟର୍ଣ୍ଣ ପ୍ରଦାନ କରିଛି ।
ଏହା ସମ୍ପର୍କରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଏଏମ୍‌ସିର ଏମଡି ତଥା ସିଇଓ, ଶ୍ରୀ ନିମେଶ ଶାହ କହିଛନ୍ତି ଯେ, “ଆମର ପ୍ରତ୍ୟେକ ନିବେଶକଙ୍କ ତରଫରୁ ଗୋଟିଏ ଲେଖାଏଁ ଚାରା ରୋପଣ କରିବାର ଏହି ପଦକ୍ଷେପ ଜରିଆରେ ଆମେ ଆମ ଦେଶର ସବୁଜିମାକୁ ସୁଧାରିବା ଏବଂ ଗ୍ରାମୀଣ ଜୀବିକାକୁ ସହାୟତା କରିବା ଦିଗରେ ଯୋଗଦାନ କରିବାର ଲକ୍ଷ ରଖିଛୁ ।”
ଏହି ପଦକ୍ଷେପ ଅଧିନରେ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଏଏମ୍‌ସି ଆଇସିଆଇସିଆଇ ଫାଉଣ୍ଡେସନ ଏବଂ ଗ୍ରୋ-ଟ୍ରିର ସହବନ୍ଧିତାରେ ନୈନିତାଲ, ଉତରାଖଣ୍ଡଠାରେ ଚାରା ରୋପଣ କରିଛି । ଗ୍ରୋ-ଟ୍ରୀ ହେଉଛି ଏକ ସାମାଜିକ ଉଦ୍ୟାଗ ଯାହାକି ୟୁନାଇଟେଡ ନେସନ ଏନଭାଇରମେଂଟ କାର୍ଯ୍ୟକ୍ରମର ବିଲିୟନ ଟ୍ରି ଅଭିଯାନର ଆନୁଷ୍ଠାନିକ ସହଯୋଗୀ ଅଟେ । ଚାରାରୋପଣ ପରେ ପ୍ରତ୍ୟେକ ନିବେଶକଙ୍କୁ ଗ୍ରୋ ଟ୍ରୀ ଦ୍ୱାରା ଜାରି ଏକ ସର୍ଟିଫିକେଟ ପ୍ରଦାନ କରାଯିବ । ପ୍ରତ୍ୟେକ ସର୍ଟିଫିକେଟରେ ଏକ ପୃଥକ ଇଟ୍ରୀ ସର୍ଟିଫିକେଟ ନମ୍ବର ସହିତ ଚାରାରୋପଣର ଏକ ଜିଓ-ଟ୍ୟାଗ ଲୋକେସନ ରହିବ ଯାହାଦ୍ୱାରା ନିବେଶକମାନେ ଲଗାଯାଇଥିବା ଚାରାର ବିକାଶ ସମ୍ପର୍କରେ ଖବର ରଖିପାରିବେ ।


Share It

Comments are closed.