ଆଜି ନେଟଫ୍ଲିକ୍ସରେ ମୁକ୍ତିଲାଭ କରୁଛି ମହିଳା ଟି -୨୦ ବିଶ୍ୱକପ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ‘ବିୟଣ୍ଡ ଦ ବାଉଣ୍ଡରୀ’


ଆଇସିସି ମହିଳା ଟି-୨୦ ବିଶ୍ୱକପ ଉପରେ ଡକ୍ୟୁମେଣ୍ଟାରୀ ‘ବିଉଣ୍ଡ ଦ ବାଉଣ୍ଡରୀ’ ଶୁକ୍ରବାର ଦିନ ଆମେରିକାର ଅନଲାଇନ ଷ୍ଟ୍ରିମିଂ ପ୍ଲାଟଫର୍ମ ‘ନେଟଫ୍ଲିକ୍ସ’ରେ ମୁକ୍ତିଲାଭ କରିବ। ଆଇସିସି ବିବୃତ୍ତି ଅନୁଯାୟୀ, ଏହି ଡକ୍ୟୁମେଣ୍ଟାରୀରେ ୧୭ ଦିନିଆ ଟୁର୍ନାମେଣ୍ଟରେ ଦଳର ଅଗ୍ରଗତି ଏବଂ ଖେଳାଳିଙ୍କ ଭାବନା ଦର୍ଶାଯାଇଛି ଯେଉଁଥିରେ ସେମାନେ ଏତେ ବଡ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରନ୍ତି ଏବଂ ବିଭିନ୍ନ ମ୍ୟାଚରେ ଟର୍ଣ୍ଣି ପଏଂଟର ବର୍ଣ୍ଣନା କରିଥାନ୍ତି ।

ଏହା ବ୍ୟତୀତ ଦର୍ଶକଙ୍କ ଉତ୍ସବର କିଛି ଫୁଟେଜ୍, ପରଦା ପଛରେ ଏବଂ ଡ୍ରେସିଂ ରୁମ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ | ଏହା ବ୍ୟତୀତ ଏଥିରେ ପପ୍ ଷ୍ଟାର୍ କେଟି ପେରିଙ୍କ ପଫରମାନ୍ସ ମଧ୍ୟ ରହିଛି | ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଆଇସିସି ମହିଳା ଟି -୨୦ ବିଶ୍ୱକପ ଫାଇନାଲ ଖେଳାଯାଇଥିଲା ଯାହାକୁ ରେକର୍ଡ ୮୬,୧୭୪ ଦର୍ଶକ ଦେଖିଥିଲେ।


Share It

Comments are closed.