୧୦ ହଜାର ଫୁଟ ଉପରେ ଯୁଦ୍ଧାଭ୍ୟାସ କରୁଛନ୍ତି ଭାରତୀୟ ସୈନ୍ୟ, ଦେଖନ୍ତୁ ଭିଡିଓ


ଯଦି ଜଣେ ଆତଙ୍କବାଦୀ କିମ୍ବା କୌଣସି ଦୁବୃର୍ତ୍ତ ଚାରି-ପାଞ୍ଚଜଣ ସାଥୀଙ୍କ ସହିତ କାହାକୁ ବନ୍ଧୁକ ମୁନରେ ଘେରି ଦିଅନ୍ତି ତେବେ ସେତେବେଳେ ଜଣେ କ’ଣ କରିପାରିବ? ସେ ନିଶ୍ଚୟ ଆତ୍ମସମର୍ପଣ କରିବ, କିନ୍ତୁ ଯଦି କେହି ଜଣେ ଭାରତୀୟ ସୈନିକଙ୍କ ସହ ଏପରି ଭୁଲ୍ କରେ, ତେବେ ତାର ଅବସ୍ତା କ’ଣ ହେବ ତାହା ଆପଣ ଅନୁମାନ କରିପାରୁଥିବେ। ଏହିପରି ଗୋଟିଏ ଭିଡିଓ ଏବେ ସାମ୍ନାକୁ ଆସିଛି। ନ୍ୟୁଜ୍‌ ଏନେନ୍ସି ଏଏନଆଇ ପକ୍ଷରୁ ଜାରୀ କରାଯାଇଥିବା ଏକ ଭିଡିଓକୁ ଦେଖିଲେ ଯେ କହିବି ଆଶ୍ଚର୍ଯ୍ୟଚକିତ ହୋଇଯିବ। ସୂଚନାଥାଉକି ଏବେ ଉତ୍ତରାଖଣ୍ଡର ଔଲିରେ ଭାରତୀୟ ସେନା ଓ ଆମେରିକା ଆର୍ମୀ ମଧ୍ୟରେ ଏକ ମିଳିତ ଯୁଦ୍ଧାଭ୍ୟାସ ଚାଲିଛି। ଆଉ ଯେଉଁଠି ଏହି ଯୁଦ୍ଧାଭ୍ୟାସ ଚାଲିଛି, ତାହା ଚୀନ୍‌ ସୀମାର ଅତି ନିକଟରେ।

ଏହି ଯୁଦ୍ଧାଭ୍ୟାସର କିଛି ଫଟୋ ଓ ଭିଡିଓ ସେନା ପକ୍ଷରୁ ମଧ୍ୟ ଜାରୀ କରାଯାଇଛି। ଅଭ୍ୟାସ ସମୟରେ ଭାରତୀୟ ସୈନିକ ଆମେରିକାନ ଆର୍ମିକୁ ଦେଖାଉଛନ୍ତି ଯେ, ଯଦି କେହି ପିଠିରେ ବନ୍ଧୁକ ଲଗାଇ ସରେଣ୍ଡର ବା ଆତ୍ମସମର୍ପଣ କରିବାକୁ କୁହେ, ତେବେ ସେ‌ଥିରୁ କିପରି ମୁକ୍ତି ପାଇବେ। ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଜଣେ ଯବାନଙ୍କୁ ବନ୍ଧୁକ ଦେଖାଇ ଅତ୍ମସମର୍ପଣ କରିବାକୁ କୁହାଯିବା ପରେ ସେ କିପରି ଅନ୍ୟ ସୈନିକ ମାନଙ୍କର ମୁକାବିଲା କରୁଛନ୍ତି। ଜଣେ ହିଁ ସୈନ୍ୟ ଅନ୍ୟମାନଙ୍କୁ ମୁକାବିଲା କରିବାରେ ସଯକ୍ଷମ ହେଉଥିବା ଭିଡିଓଟିରେ ଦେଖିବାକୁ ମିଳିଛି। କେବଳ ଏତିିକି ନୁହେଁ ଏପରି କୌଶଳକୁ ଆମେରିକାନ୍‌ ଆର୍ମି ମଧ୍ୟ ପ୍ରଶଂସା କରିଛନ୍ତି। କେବଳ ଏତିକି ନୁହେଁ, ବରଂ ଏହି ଅଭ୍ୟାସ ସମ୍ପର୍କରେ ଆମେରିକୀୟ ଆର୍ମି ମଧ୍ୟ ତାହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍ ମଧ୍ୟ କରିଛନ୍ତି। ଆମେରିକୀୟ ସେନା ଏକ ଫଟୋ ସେୟାର କରି ଲେଖିଛି, ‘ ବିଶ୍ୱର ଦ୍ୱିତୀୟ ସର୍ବୋଚ୍ଚ ପର୍ବତ ରେଞ୍ଜ ନନ୍ଦା ଦେବୀରେ କ୍ୟାପଟେନ ସିରୁଟ, ଲେଫ୍ଟନାଣ୍ଟ ରସେଲ, ଲେଫ୍ଟନାଣ୍ଟ ବ୍ରାଉନ୍ ଏବଂ ଲେଫ୍ଟନାଣ୍ଟ ହ୍ୟାକ୍‌ ହେଉଛନ୍ତି ୪ ପ୍ରଥମ ଆମେରିକୀୟ ସେନା ଯିଏକି ହିମାଳୟର ଶିଖରରେ ପହଞ୍ଚିପାରିଛନ୍ତି।


Share It

Comments are closed.