ଡ଼ିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି ‘ମୁନବାଉଣ୍ଡ: ଇଣ୍ଡିଆଜ୍ ରେସ୍ ଟୁ ଦି ମୁନ୍’


ଅଗ୍ରଣୀ ମନୋରଞ୍ଜନ ପ୍ରଦାନକାରୀ ଚ୍ୟାନେଲ୍, ଡ଼ିସ୍କଭରି ୩୦ ଅକ୍ଟୋବର ରାତି ୯ଟାରେ ଏକ ଘଣ୍ଟାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଦର୍ଶନ କରିବାକୁ ଯାଉଛି । ଉକ୍ତ କାର୍ଯ୍ୟକ୍ରମ ‘ମୁନ୍ବାଉଣ୍ଡ: ଇଣ୍ଡିଆଜ୍ ରେସ୍ ଟୁ ଦି ମୁନ୍’ ନାମରେ ଏକ ଉତ୍ସାହଜନକ ଯାତ୍ରା ଉପରେ ପର୍ଯ୍ୟବେଶିତ । ଏହି କାର୍ଯ୍ୟକ୍ରମରେ ରହିଛି ଏପରି ଏକ ଦଳର ଘଟଣାବହୁଳ ଓ ଅଜ୍ଞାତ ସାତ ବର୍ଷର ଯାତ୍ରା, ଯାହା ଏକତ୍ରିତ ହୋଇଥିବା ଏକ ଦଳର ବନ୍ଧୁମାନଙ୍କ ଦ୍ୱାରା ବିକଶିତ ହୋଇଥିଲା ।
ଯେତେବେଳ ଗୁଗୁଲ୍ ଲୁନାର ଏକ୍ସପ୍ରାଇଜ୍ ଘୋଷିତ ହୋଇଥିଲା- ମଣିଷର ଇତିହାସରେ ଏକ ବିଶାଳ ପ୍ରେରିତ ମହାକାଶ ଅନୁସନ୍ଧାନ ଆହ୍ୱାନ, ଏହା ୨୦୦୭ରେ ଆରମ୍ଭ ହୋଇଥିଲା । ସାଙ୍ଗମାନଙ୍କର ଏକ କ୍ଷୁଦ୍ର ଦଳ ଏକାଠି ହେଲେ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଶେଷ ମୁହୂର୍ତ୍ତରେ ଏକମାତ୍ର ଭାରତୀୟ ଦଳ ଭାବେ ଯୋଗ ଦେଇଥିଲେ । ଏହି ଉତ୍ସାହୀ ଦଳ, ବିନା କୌଣସି ମହାଶୂନ୍ୟ ବ୍ୟାକ୍ଗ୍ରାଉଣ୍ଡ ସହିତ ଗୁଗୁଲ୍ ଲୁନାର ଏକ୍ସପ୍ରାଇଜ୍ ୩୦୦ ଲକ୍ଷ ଡଲାର୍ ଜିତିବାର ନିଜର ପ୍ରଚେଷ୍ଟାରେ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାର ଦୃଢ଼ତା ରଖିଥିଲେ । ମୁଁନ୍ବାଉଣ୍ଡ: ଇଣ୍ଡିଆଜ୍ ରେସ୍ ଟୁ ଦି ମୁଁନ ସାମାଜିକ ଉପଦେଷ୍ଟାମାନଙ୍କଠାରୁ ଏକ ବୃହତ ପ୍ରଶଂସା ଗ୍ରହଣ କରିଛି । ଏହି କାର୍ଯ୍ୟକ୍ରମର ପ୍ରସାରଣ ଆମାଜନ୍ ଇକୋ ଦ୍ୱାରା ଉପସ୍ଥାପିତ ହୋଇଛି ଓ ଲଏଭି ଷ୍ଟ୍ରାଅସ୍ ଓ ପିୟୁବିଜି ଦ୍ୱାରା ପ୍ରସ୍ତୁତ ହୋଇଛି । ନୋକିଆ ହେଉଛି ଏହାର ମୋବାଇଲ୍ ଅଂଶୀଦାର । ସୋନୀ ବ୍ରାଭିଆ, ଫର୍ଏଭର୍ ମାର୍କ, ଆଇଡିଆ ୪ଜି, ହୋଣ୍ଡା ମୋଟରସାଇକେଲ୍ ଏବଂ ଫିଲିପ୍ସ ଟ୍ରିମର୍ ଏହାର ସହ-ପ୍ରାୟୋଜକ ଭାବେ ରହିଛନ୍ତି ।
ଭାରତର ରାଜଧାନୀ ନିକଟରେ ତଥା ନଏଡାର ଏକ ସର୍ଭର ଗୃହରେ ସଙ୍କଳିତ, ରାହୁଲ ନାରାୟଣ ପୁରା ଆହ୍ୱାନକୁ ପରିଚାଳନା କରିବା ସହିତ ଏହି ଲୁନାର୍ ରେସ୍ରେ ଭାଗ ନେବା ପାଇଁ ପ୍ରଥମେ ପାଦ ବଢ଼ାଇଥିଲେ । ସେ ସେହି ଲୋକମାନଙ୍କୁ ଖୋଜିବା ଆରମ୍ଭ କରିଦେଲେ, ଯେଉଁମାନେ ରେସ୍ରେ ପ୍ରତିଟି ରୂପରେ ସାମନା କରିବା ଭଳି ଆହ୍ୱାନଗୁଡ଼ିକ ବିଷୟରେ ଅଜ୍ଞାତ ଥିଲେ । ‘ଏକ୍ ଛୋଟିସି ଆଶା’ ନାମକ ଏକ ଇନ୍ହାଉସ୍ ରୋବୋଟିକ୍ ରୋଭରକୁ ଏକରମ୍ୟାନ୍ ଷ୍ଟିୟରିଂ ଧାରଣା ଓ ଆବଶ୍ୟକୀୟ ମାଷ୍ଟହେଡ଼ ସହିତ ଡିଜାଇନ୍ କରାଯାଇଥିଲା ।


Share It

Comments are closed.