“ସିଲା କି ଜୱାନି” ଗୀତରେ ଖୁବ ଡ୍ୟାନ୍ସ କଲେ ୱାର୍ନର ଏବଂ ତାଙ୍କ ଝିଅ, ଭିଡିଓ ଭାଇରାଲ


କୋଭିଡ-୧୯ ମହାମାରୀକୁ ନେଇ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହି ମଧ୍ୟରେ ଅନେକ କ୍ରିକେଟର ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରାଇବା ପାଇଁ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି । ଅନ୍ୟମାନଙ୍କ ଭଳି ଅଷ୍ଟ୍ରେଲିଆର ବିସ୍ପୋଟକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ମଧ୍ୟ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବା ପାଇଁ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ୱାର୍ନର ନିଜ ଝିଅଙ୍କ ସହ ଏକ ଟିକଟକ ଭିଡିଓ ସେୟାର କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

View this post on Instagram

😂😂 somebody help us please!!

A post shared by David Warner (@davidwarner31) on

ଏହି ଭିଡିଓରେ ୱାର୍ନର ନିଜ ଝିଅଙ୍କ ସହ ବଲିଉଡର ଲୋକପ୍ରିୟ ଗୀତ “ସିଲା କି ଜୱାନି”ରେ ଖୁବ ଡାନ୍ସ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ୱାର୍ନର ଏବଂ ତାଙ୍କ ଝିଅ ଏହି ଗୀତରେ କ୍ୟାଟ୍ରିନା କୈଫଙ୍କ ସିଗନେଚର ଷ୍ଟେପର କପି ମଧ୍ୟ କରିଥିଲେ । ୱାର୍ନର ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହୁଥିବାବେଳେ ତାଙ୍କର ଭାରତ ସହ ଖୁବ ଭଳ କନେକସନ ମଧ୍ୟ ରହିଛି । ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ପ୍ରାଞ୍ଚାଇଜ ଟିମ ସନରାଇଜର ହାଇଦ୍ରାବଦ ଆଇପିଏଲ ଟାଇଟେଲ ମଧ୍ୟ ହାସଲ କରିଛି ।

 


Share It

Comments are closed.