‘ଆରୋଗ୍ୟ ସେତୁ’ ଆପକୁ ସ୍ମାର୍ଟଫୋନରେ ଡାଉନଲୋଡ଼ କରିବାଠୁ କାହିଁକି ପଛଘୁଂଚା ଦେଉଛନ୍ତି ଲୋକେ


ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟ ଅଧିକାରୀମାନେ ବାରମ୍ବାର ଲୋକଙ୍କୁ ‘ଆରେଗ୍ୟ ସେତୁ’ ଆପ୍ ଡାଉନ୍‌ଲୋଡ଼୍ କରିବା ପାଇଁ ଅନୁରୋଧ କରୁଛନ୍ତି । ଏହି ଆପ୍ ଦ୍ୱାରା ଲୋକମାନେ ଯେଉଁଠାରେ ଅଛନ୍ତି ତାହା କରୋନା ସଂକ୍ରମଣ ଦୃଷ୍ଟିରୁ ସୁରକ୍ଷିତ ଅଟେ କି ନାହିଁ ସେ ବିଷୟରେ ଜାଣିପାରନ୍ତି ।
ଦିଲ୍ଳୀ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ କିଛି ଲୋକ ‘ଆରୋଗ୍ୟ ସେତୁ’ ଆପ୍‌ର ଡାଉନଲୋଡ଼ କରୁନାହାନ୍ତି କିମ୍ବା ଡାଉନଲୋଡ଼ କରିବା ପରେ ମଧ୍ୟ ଏଥିରେ ସଠିକ ତଥ୍ୟ ଦେଉନାହାନ୍ତି । ଯାହାଦ୍ୱାରା ଆପ୍‌ରୁ ଆଶାପ୍ରଦ ତଥ୍ୟ ମିଳିପାରୁନାହିଁ । ତେଣୁ ଏହାକୁ ନଜରରେ ରଖି କେନ୍ଦ୍ରିୟ ସ୍ୱାସ୍ଥ୍ୟ ଅଧିକାରୀମାନେ ସମସ୍ତ କରୋନା ସଂକ୍ରମିତ ଏବଂ କ୍ୱାରେଂଟାଇନରେ ଥିବା ଲୋକଙ୍କ ସ୍ମାର୍ଟଫୋନରେ ‘ଆରୋଗ୍ୟ ସେତୁ’ ଆପ୍‌କୁ ଡାଉନଲୋଡ଼ କରିବା ବାଧ୍ୟତାମୂଳକ କରିବାର ନିର୍ଦ୍ଦେଶ ଦେଇଛନ୍ତି ।
ଯେଉଁଠି କିଛି ଲୋକ ଜାଣିଶୁଣି ଏହି ଆପ୍‌କୁ ଡାଉନଲୋଡ଼ କରୁନାହାନ୍ତି ସେଭଳି ସ୍ଥଳେ ଏହି ଆପ୍‌ର ମଧ୍ୟ ନିଜସ୍ୱ କିଛି ସୀମାରେଖା ରହିଛି । ଏହା ବ୍ୟତୀତ ଏହି ଆପ୍ କେବଳ ସ୍ମାର୍ଟଫୋନରେ ହିଁ କାମ କରିଥାଏ । କିନ୍ତୁ କରୋନା ପଜିଟିଭ୍‌ରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ ମଧ୍ୟ ନାହିଁ । ତେଣୁ ସେମାନଙ୍କ ତଥ୍ୟ ‘ଆରୋଗ୍ୟ ସେତୁ ଆପ୍‌’ ମାଧ୍ୟମରେ ଜାଣିବା ସମ୍ଭବ ନୁହେଁ । ଏହା ବ୍ୟତୀତ ଏହି ଆପ୍ ଜିପିଏସ୍ ଟେକ୍‌ନିକ୍ ଦ୍ୱାରା କାର୍ଯ୍ୟ କରିଥାଏ , ଯେବେକି ଏମିତି ଅନେକ ଅଂଚଳ ରହିଛି ଯେଉଁଠିକୁ ଇଂଟରନେଟ ସେବା ଏପର୍ଯ୍ୟନ୍ତ ପହଂଚି ନାହିଁ କିମ୍ବା ବହୁତ ଧିର ରହିଛି । ଅନେକ ଲୋକ ଏହି ଆପ୍ ଦ୍ୱାରା ଡାଟା ଚୋରି ହେବା ଭୟରେ ଡାଉନଲୋଡ଼ କରୁନଥିବାର ତଥ୍ୟ ମିଳିଛି ।
‘ଆରୋଗ୍ୟ ସେତୁ’ ଆପ୍ ଏହି ପ୍ରଯୁକ୍ତିଗତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଟେକ୍ ମହିନ୍ଦ୍ରା ଏବଂ ଦ ମହିନ୍ଦ୍ରା ଗ୍ରୁପ, କେନ୍ଦ୍ର ସରକାରଙ୍କୁ ପ୍ରଯୁକ୍ତିଗତ ସହଯୋଗ ଯୋଗାଇ ଦେଉଛନ୍ତି । କେନ୍ଦ୍ର ସରକାର ‘ଆରୋଗ୍ୟ ସେତୁ’ ଆପ୍‌ର ଏଭଳି ଭର୍ସନ ପ୍ରସ୍ତୁତ କରିବାର ପ୍ରୟାସ କରୁଛନ୍ତି ଯାହାକି ସବୁ ପ୍ରକାରର ଫୋନରେ କାମ କରିପାରିବ । ବର୍ତମାନ ଏହା ଉପରେ କାମ ଚାଲୁ ରହିଛି । ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ବୁଧବାର ଦିନ ଟ୍ୱିଟ କରି କହିଛନ୍ତି ଯେ ‘ଆରୋଗ୍ୟ ସେତୁ’ ଆପ୍ ସବୁଠାରୁ ଦ୍ରୁତ ଗତିରେ ପାଂଚ କୋଟି ଥର ଡାଉନଲୋଡ଼ କରଯାଇଥିବା ଦୁନିଆର ପ୍ରଥମ ଆପ ହୋଇଯାଇଛି ।


Share It

Comments are closed.