କରୋନା ସଙ୍କଟରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ୭୧,୧୬୧ ଟଙ୍କା ଦେବେ ଜାପାନ ସରକାର, ପ୍ରଧାନମନ୍ତ୍ରୀ କଲେ ଘୋଷଣା


ମହାମାରୀ କରୋନା ସଙ୍କଟ ମଧ୍ୟରେ ଜାପାନ, ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ଲକ୍ଷ ୟେନ (୯୩୦ ଡଲାର) ଅର୍ଥାତ ପାଖାପାଖି ୭୧,୧୬୧ ନଗଜ ଟଙ୍କା ପ୍ରଦାନ କରିବାର ନିଷ୍ପତି ନେଇଛି । ଏହା ସହିତ ଶୁକ୍ରବାର ଠାରୁ ଦେଶର ପ୍ରତ୍ୟେକ ନାଗରିକଙ୍କ ଘରେ ଦୁଇଟି ଲେଖାଏଁ ମାସ୍କ ପ୍ରଦାନ କରାଯିବାର ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି । ଏହି ସଂପର୍କରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ।
ଆବେ କହିଛନ୍ତି ଯେ, ଆମେ ଯେତେ ଜଲଦିରୁ ଜଲଦି ଏହି ନଗଦ ରାଶି ସମସ୍ତଙ୍କୁ ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛୁ । ପ୍ରଭାବିତ ବ୍ୟକ୍ତି ଏବଂ ତାଙ୍କ ପରିବାରର ଲୋକଙ୍କୁ ତିନିଥର ଏହି ରାଶି ପ୍ରଦାନ କରିବା ପାଇଁ ଏହା ହେଉଛି ପ୍ରାରମ୍ଭିକ ଯୋଜନା । ଏହା ସହ ସେ ଜରୁରୀକାଳୀନ ଯୋଜନା ଉପରେ ଦ୍ୱନ୍ଦ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି ।
ଆବେ ଆହୁରୀ କହିଛନ୍ତି ଯେ, ଆମେ ଏହି ସଂପର୍କରେ ପୁନଃଚିନ୍ତା କରି ଏହି ସିଦ୍ଧାନ୍ତରେ ପହଞ୍ଚିଛୁ କି, ଯଦି ସମସ୍ତ ୬ ମେଇ ଅର୍ଥାତ ୨ ସପ୍ତାହ ପର୍ଯ୍ୟନ୍ତ ଘରୁ ବାହାରିବେ ନାହିଁ ତେବେ ଦେଶରେ ରାଗୀଙ୍କ ସଂଖ୍ୟାକୁ ହ୍ରାସ କରିବାରେ ସଫଳ ହେବୁ ।
ଆବେ କହିଛନ୍ତି ଯେ, ଏପ୍ରିଲ ଶେଷ କିମ୍ବା ମେ ଆରମ୍ଭରେ ଗୋଲ୍ଡେନ ୱିକ ଛୁଟି ସମୟରେ ଘରୋଇ ଯାତ୍ରା ଉପରେ ପ୍ରତିବନ୍ଧନ ଲଗାଯିବା ପାଇଁ ଆମେ ଏହି ନିଷ୍ପତି ନେଇଛୁ , ଯେଉଁଥିରେ କି ସମସ୍ତ ଛୁଟି କାଟିବା ପାଇଁ ବାହାରକୁ ଯାଇଥାନ୍ତେ ।


Share It

Comments are closed.