ଇସଲାମିକ ଧର୍ମ ଗ୍ରହଣ ପରିପ୍ରେକ୍ଷୀରେ ମୁଁତୋଡ୍ ଜବାବ ଦେଲେ ଦାନିଶ


ପାକିସ୍ତାନ କ୍ରିକେଟ ଦଳର ହିନ୍ଦୁ କ୍ରିକେଟର ଦାନିଶ କାନେରିଆ ଟ୍ୱିଟରରେ ନିଜ ପ୍ରଶଂସକଙ୍କ ପ୍ରଶ୍ନର ତ୍ତତ୍ତର ଦେଇଛନ୍ତି । ଦାନିଶ ‘ଆସ୍କ ଦାନିଶ’ ସେସନରେ କେତେକ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି । ଏହି ମଧ୍ୟରେ ଜଣେ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ସଂପର୍କରେ ପଚାରିଥିଲେ । ଏହି ପ୍ରଶ୍ନର ଉତ୍ତରରେ ଦାନିଶ କହିଥିଲେ ଯେ, “ଆପଣଙ୍କ ଭଳି ଅନେକ ଲୋକ ମୋର ଧର୍ମ ପରିବର୍ତ୍ତନ କରାଇବା ପାଇଁ ପ୍ରୟାସ କରିସାରିଛନ୍ତି କିନ୍ତୁ ସେମାନେ ସେଥିରେ ସଫଳ ହୋଇପାରି ନାହାନ୍ତି । ”

ଏହି ସେସନରେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ ସେ ପାକିସ୍ତାନରେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଏବଂ ସେ ହିନ୍ଦୁ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । ”

ଜଣେ ଟ୍ୱିଟର ୟୁଜର୍ସ କମେଣ୍ଟରେ ଲେଖିଥିଲେ ଯେ, “ଆପଣ ଦୟା କରି ଇସଲାମ ଗ୍ରହଣ କରିନିଅନ୍ତୁ । ଇସଲାମ ଶ୍ରେଷ୍ଠ ଅଟେ । ଇସଲାମ ବିନା କିଛି ସମ୍ଭବ ନୁହେଁ । ଆପଣଙ୍କ ଜୀବନ ମୃତ୍ୟୁ ପରି ଅଟେ । ଆପଣ ଇସଲାମ ଗ୍ରହଣ କରି ନିଅନ୍ତୁ । ” ଏହା ଉପରେ ଦାନିଶ ପ୍ରତିକ୍ରିୟା ରଖି କହିଥିଲେ, “ଆପଣଙ୍କ ଭଳି ଅନେକ ଲୋକ ମୋର ଧର୍ମ ପରିବର୍ତ୍ତନ କରାଇବା ପାଇଁ ପ୍ରୟାସ କରିସାରିଛନ୍ତି କିନ୍ତୁ ସେମାନେ ସେଥିରେ ସଫଳ ହୋଇପାରି ନାହାନ୍ତି । ”

ପ୍ରକାଶ ଥାଉଖି , ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ସୋଏବ ଅକତର, ଦାନିଶଙ୍କୁ ନେଇ କହିଥିଲେ ଯେ, ଦଳର କେତେକ ସାଥୀ ଖେଳାଳୀ ଦାନିଶ ହିନ୍ଦୁ ହୋଇଥିବା ହେତୁ ତାଙ୍କ ସହ ଭଳ ବ୍ୟବହାର କରୁଥିଲେ । କେବଳ ଏତିକି ନୁହେଁ, ସୋଏବ ଆହୁରୀ ମଧ୍ୟ କହିଥିଲେ କି, ଦାନିଶ ହିନ୍ଦୁ ହୋଇଥିବା ହେତୁ ତାଙ୍କ ସହ କେହି ସାଥୀ ଖେଳାଳୀ ଖାଇବାକୁ ପସନ୍ଦ କରନଥିଲେ ମଧ୍ୟ ।

ଦାନିଶ ନିଜର ଏହି ସେସନରେ କହିଛନ୍ତି ଯେ, ସେ ଖୁବ ଶୀଘ୍ର ସେହି ଖେଳାଳୀ ମାନଙ୍କ ନାମ ପ୍ରଭଟ କରାଇବେ ଯେଉଁ ମାନେ ତାଙ୍କ ସହ ଭଲ ବ୍ୟବହାର କରିନଥିଲେ ।


Share It

Comments are closed.