ସାମ୍‌ସଙ୍ଗ ପକ୍ଷରୁ ଭାରତରେ ଗ୍ୟାଲାକ୍ସି ଏ୫୧ର ଶୁଭାରମ୍ଭ


ଭାରତର ସର୍ବବୃହତ୍ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍‌ସଙ୍ଗ, ପକ୍ଷରୁ ଆଜି ଏହାର ଗ୍ୟାଲାକ୍ସି ଏ ଶୃଙ୍ଖଳର ନୂତନ ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ଏ୫୧ ଶୁଭାରମ୍ଭ କରାଯାଇଛି । ଏହା ଏକ ସ୍ମାର୍ଟର୍ କ୍ୱାର୍ଡ୍ କ୍ୟାମେରା, ଏକ ବାଧାହୀନ ଦୃଶ୍ୟ ଅଭିଜ୍ଞତା ପ୍ରଦାନ କରୁଥିବା ଇନ୍‌ଫିନିଟି-ଓ ଡିସ୍‌ପ୍ଲେ ଏବଂ ଆପଣଙ୍କ ବ୍ୟସ୍ତବହୁଳ ଜୀବନକୁ ଜାରି ରଖିବା ପାଇଁ ଏକ ଦୀର୍ଘସ୍ଥାୟୀ ବ୍ୟାଟେରୀ । ଗ୍ୟାଲାକ୍ସି ଏ୫୧ରେ ବିକଶିତ ୪୮ ଏମ୍‌ପି ମୁଖ୍ୟ କ୍ୟାମେରା, ନାଇଟ୍ ମୋଡ୍ କ୍ଷମତା ସହ ୧୨ ଏମ୍‌ପି ଅଲ୍‌ଟ୍ରା ୱାଇଡ୍‌ଲେନ୍ସ ରହିଛି, ଯାହାକି ଏହି ମୂଲ୍ୟ ବର୍ଗରେ ଏକ ସ୍ୱତନ୍ତ୍ର କ୍ୟାମେରା ଅଟେ । ଏଥିରେ ଥିବା ଏୟାର୍ ଡୁଡଲ୍ ଉପଭୋକ୍ତାଙ୍କୁ ଲାଇନ୍ ଆଙ୍କିବା ଓ ହ୍ୟାଣ୍ଡରାଇଟିଙ୍ଗ୍ ଆଡ୍ କରିବାର ଶକ୍ତି ପ୍ରଦାନ କରି ଭିଡିଓକୁ ଆକର୍ଷଣୀୟ କରିଥାଏ । ଏହାର ୧୫ୱାଟ୍ ଦ୍ରୁତ ଚାର୍ଜିଙ୍ଗ୍ ୪୦୦୦ ମେଗାହର୍ଜ ବ୍ୟାଟେରୀ ଆପଣଙ୍କ ଡିଭାଇସ୍‌କୁ ଖୁବ୍ କମ୍ ସମୟ ମଧ୍ୟରେ ଚାର୍ଜ କରିବାରେ ସହାୟତା କରିଥାଏ । ଗ୍ୟାଲାକ୍ସି ଏ୫୧ର ସ୍ୱତନ୍ତ୍ର ‘ମେକ୍ ଫର୍ ଇଣ୍ଡିଆ’ ଅଭିନବତା, ଜେନ୍ ଜେଡ୍ ଓ ଯୁବ ଉପଭୋକ୍ତାଙ୍କ ଜୀବନରେ ସୁଧାର ଆଣିବ ।

ଗ୍ୟାଲାକ୍ସି ଏ୫୧ରେ ସାମ୍‌ସଙ୍ଗ ପେ’ର ଫୁଲ୍ ଭର୍ସନ ରହିଛି, ଯାହା ଉପଭୋକ୍ତାଙ୍କୁ ନିଜ ସ୍ମାର୍ଟଫୋନ୍‌ରୁ ସବୁସ୍ଥାନରେ ପେମେଣ୍ଟ କରିବା ପାଇଁ ସକ୍ଷମ କରିଥାଏ । ସାମ୍‌ସଙ୍ଗ୍‌ର ମୋବାଇଲ ବିଜ୍‌ନେସ୍‌ର ନିର୍ଦ୍ଦେଶକ ଶ୍ରୀ ଆଦିତ୍ୟ ବାବର କହିଛନ୍ତି, “ଗ୍ୟାଲାକ୍ସି ଏ ସିରିଜ୍‌ର ସଫଳତା ଆମର ସମସ୍ତ ଉପଭୋକ୍ତାଙ୍କୁ ସାର୍ଥକ ଉଦ୍ଭାବନ ଆଣିବା ନେଇ ରହିଥିବା ଆମ ଦର୍ଶନର ଏକ ପ୍ରତୀକ ଅଟେ । ଗ୍ୟାଲାକ୍ସି ଏ୫୧ ଏହାର ଉନ୍ନତ ସ୍କ୍ରିନ୍‌, କ୍ୟାମେରା ଓ ବ୍ୟାଟେରୀ ସହ ଏହି ସମ୍ରାଜ୍ୟକୁ ପରବର୍ତ୍ତୀ ସ୍ତରକୁ ନେଇଛି, ଯାହାକି ଆମର ଯୁବ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିବ ।”

ଗ୍ୟାଲାକ୍ସି ଏ୫୧ ବ୍ଲୁ, ହ୍ୱାଇଟ୍ ଓ ବ୍ଲାକ୍ ପ୍ରିଜମ୍ କ୍ରସ୍ କଲର୍‌ରେ ଆସନ୍ତା ଜାନୁଆରୀ ୩୧ ତାରିଖରୁ ଦେଶବ୍ୟାପୀ ସମସ୍ତ ରିଟେଲ ଷ୍ଟୋର୍‌, ସାମ୍‌ସଙ୍ଗ ଅପେରା ହାଉସ୍‌, ସାମ୍‌ସଙ୍ଗ ଇ-ସପ୍ ଓ ପ୍ରମୁଖ ଅନ୍‌ଲାଇନ୍ ପୋର୍ଟାଲଗୁଡିକରେ ଉପଲବ୍ଧ ହେବ । ଗ୍ୟାଲାକ୍ସି ଏ୫୧ ବର୍ତ୍ତମାନ ୬/୧୨୮ ଜିବି ଭାରିଆଣ୍ଟରେ ମାତ୍ର ୨୩,୯୯୯ ଟଙ୍କାରେ ଉପଲବ୍ଧ ହେବ । ଏହା ବ୍ୟତୀତ ଆମାଜନ୍ ପେ’ରେ ସାମ୍‌ସଙ୍ଗ ଗ୍ୟାଲାକ୍ସି ଏ୫୧ କ୍ରୟ ଉପରେ ୫% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ମିଳିବ । ଏଥିସହିତ ଏହି ସ୍ମାର୍ଟଫୋନ୍ ଉପରେ ୱାନ୍ ଟାଇମ୍ ସ୍କ୍ରିନ୍ ରିପ୍ଲେସ୍‌ମେଂଟ୍ ଅଫର୍ ରହିଛି ।


Share It

Comments are closed.