ନିଜ ମାଟିରେ ନିଜ ସମ୍ମାନ ରକ୍ଷା ପାଇଁ ଆଜି ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ


ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳାଯିବାର ଅଛି । ଭାରତ ପୂର୍ବରୁ ଏହି ସିରିଜକୁ ୩-୦ରେ କବଜା କରିନେଇଥିବାବେଳେ ଔପଚାରିକ ଦୃଷ୍ଟିିରୁ ଆଜି ସିରିଜର ଚତୁର୍ଥ ମ୍ୟାଚ ଖେଳାଯିବାର ଅଛି । ଭାରତୀୟ ଦଳର ନଜର ସିରିଜକୁ ୫-୦ରେ କବଜା କରିବା ଉପରେ ଥିବାବେଳେ ସେପଟେ ନ୍ୟୁଜିଲାଣ୍ଡ ନିଜ ସମ୍ମାନ ବଞ୍ଚାଇ ରଖିବା ପାଇଁ ପଡିଆକୁ ଓହ୍ଲାଇବ ।
ଆଜି ଏହି ମ୍ୟାଚଟି ନ୍ୟୁଜିଲାଣ୍ଡର ୱିଲିଙ୍ଗଟନ ଖେଳାଯିବାର ଅଛି । ଭାରତୀୟ ସମୟ ଅନୁଯାୟୀ ମ୍ୟାଚଟି ଅପରାହ୍ନ ୧.୦୦ଟା ବେଳେ ଆରମ୍ଭ ହେବ ଏଭଂ ୧୨.୩୦ରେ ଟସ ହେବ । ତେବେ ସବୁଠାରୁ ଚିନ୍ତାର ବିଷୟ ଏହା ଯେ, ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ୱିଲିଙ୍ଗଟନର ଆକାଶ ମେଘାଛନ୍ନ ରହିବ । ତେବେ ପାଣିପାଗ ସୂଚନା ମୁତବାକ ମ୍ୟାଚ ସମୟରେ ବର୍ଷାର କୌଣସି ସମ୍ଭାବନା ନଥିବାବେଳେ ବର୍ଷା ମ୍ୟାଚ ପାଇଁ ବାଧକ ସାଜିପାରେ ଏକଥାକୁ ଏଡାଯାଇ ମଧ୍ୟ ପାରିବ ନାହିଁ । ଆଜି ମଧ୍ୟ ଖୁବ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖୁବ ସୁନ୍ଦର ମ୍ୟାଚ ଦେଖିବାକୁ ମିଳିବ ।


Share It

Comments are closed.