ସୁଶାନ୍ତଙ୍କୁ ହତ୍ୟା କରାଯାଇ ନାହିଁ, ଆସିଲା ‘ସିଏସଏଫଏଲ’ ରିପୋର୍ଟ


ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ଖୁଲାସା ହେଉଛି। ହତ୍ୟା ମାମଲାରୁ ଆରମ୍ଭ ହୋଇଥିବା ତଦନ୍ତ ଏବେ ଡ୍ରଗ୍ସ କନେକ୍ସନରେ ବଲିଉଡର ଅନେକ ସେଲିବ୍ରିଟିଙ୍କର ମୁଖା ଖୋଲିଛି। ତେବେ ଅନ୍ୟପକ୍ଷେ ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲ୍ୟାବ୍(ସିଏସଏଫଏଲ)ର ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରକାର ପ୍ରମାଣ ମିଳିନାହିଁ।

ସିଏଲଏସ୍ଏଲ୍ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରାରେ ଥିବା ତାଙ୍କ ଘରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଥିଲା। ଏଥିରେ ଜଣାପଡିଥିଲା ସୁଶାନ୍ତଙ୍କ ମୃତ୍ୟୁ ଫାଶୀ ଲଗାଇବା କାରଣରୁ ହୋଇଥିଲା। ସିଏଲଏସଏଲ୍ ନିଜର ରିପୋର୍ଟ ସିବିଆଇକୁ ପ୍ରଦାନ କରିଛି। ଏହାର ବିଦ୍ଧିବଧ ଭାବରେ ତଦନ୍ତକାରୀ ଏଜେନ୍ସି ଖୁବ୍ ଶୀଘ୍ର ଘୋଷଣା କରିପାରେ।

ସିଏସଏଫଏଲ ନିଜର ରିପୋର୍ଟରେ କହିଛି, ଏହା ପାର୍ସିଆଲ ହ୍ୟାଙ୍ଗିଙ୍ଗ୍। ଏହାର ଅର୍ଥ ମୃତ ବ୍ୟକ୍ତିଙ୍କ ଗୋଡ ଫାଶୀ ସମୟରେ ସମ୍ପୂର୍ଣ୍ଣ ଭାବରେ ଉପରେ ନଥିଲା। ଅର୍ଥାତ ତଳକୁ ଛୁଇଁକି ଥିଲା କିମ୍ବା ବେଡ୍ ଓ ଟୁଲ୍ ଭଳି ବସ୍ତୁର ସାହାର ନେଇ ରହିଥିଲେ। କ୍ରାଇମ୍ ସିନ୍ ରିକ୍ରିଏସନ୍ ଓ ଫ୍ୟାନରୁ ଝୁଲନ୍ତା କପଡାର ଶକ୍ତି ପରୀକ୍ଷା କରିବା ପରେ ସିଏଫଏସଏଲ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ସିଏଫଏସଏଲର ରିପୋର୍ଟ ଅନୁସାରେ, ସୁଶାନ୍ତ ଦୁଇ ହାତର ବ୍ୟବହାର କରି ଫାଶୀ ଲଗାଇଛନ୍ତି। ସେ ନିଜର ଡାହଣ ହାତର ବ୍ୟବହାର ନିଜକୁ ଝୁଲାଇବା ପାଇଁ କରିପାରନ୍ତି। ବେକରେ ଥିବା ଲିଗେଚର ମାର୍କ ଗଣ୍ଠିର ସ୍ଥିତିର ମଧ୍ୟ ଆନାଲିସିସ୍ ରିପୋର୍ଟରେ ଉଲ୍ଳେଖ କରାଯାଇଛି। ସିଧା ଭାବରେ ହାତର ବ୍ୟବହାର କରିଥିବା ବ୍ୟକ୍ତି ହିଁ ଏଭଳି ଫାଶୀ ଲଗାଇପାରେ। ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ରୁମକୁ ମିଳିଥିବା କପଡାର ବ୍ୟବହାର ଫାଶୀ ଲଗାଇବା ପାଇଁ ବ୍ୟବହାର କରାଯାଇଛି।


Share It

Comments are closed.