ଠିକ ନାହଁ ଚୀନର ମତିଗତି, ଡାକଲୋମାରେ ପରମାଣୁ ବମ୍ବର, କ୍ରୁଜ ମିସାଇଲ କରୁଛି ମୁତୟନ


ଲଦାଖରେ ହଜାର ହଜାର ସୈନିକଙ୍କୁ ମୁତୟନ କରୁଥିବା ଚୀନ୍‌ ଏବେ ଭାରତର ପୂର୍ବ ଭାଗରେ ହିଂସାର ଆଉ ଏକ ବାଟ ଖୋଲୁଛି । ଚୀନ୍‌ ଭୂଟାନ୍‌କୁ ଲାଗି ଡୋକଲାମ ପାଖରେ ନିଜର ଏଚ୍‌-୬ ପରମାଣୁ ବମ୍ୱର ଓ କ୍ରୁଡ୍‌ ମିସାଇଲ୍‌କୁ ମୁତୟନ କରିଛି । ଚୀନ୍‌ ଏହି ବିନାଶକାରୀ ଅସ୍ତ୍ରଗୁଡ଼ିକୁ ନିଜର ଗୋଲମୁଡ୍‌ ଏୟାରବେସ୍‌ ଠାରେ ଏକାଠି କରିଛି। ଏହି ଏୟାର ବେସ୍‌ ଭାରତୀୟ ସୀମା ଠାରୁ ମାତ୍ର ୧୧୫୦ କିଲୋମିଟର ଦୂରରେ ରହିଛି।

ଏହା ପୂର୍ବରୁ ଚୀନ୍‌ ଏହି ଘାତକ ବମ୍ୱରର ମୁତୟନ ଅକ୍ସାଇ ଚୀନ୍‌ର କାଶଗର ଏୟାରବେସ୍‌ ଠାରେ କରିଥିଲା । ଓପନ୍‌ ସୋର୍ସ ଇଣ୍ଟେଲିଜେନ୍ସ ଆନାଲିଷ୍ଟ ଡିଟ୍ରେସଫା ତରଫରୁ ଜାରି ସାଟେଲାଇଟ୍‌ ଫଟୋରେ ଏହି ବମ୍ୱର ସହ କେଡି -୬୩ ଲ୍ୟାଣ୍ଡ ଆଟାକ୍‌ କ୍ରୁଜ୍‌ ମିସାଇଲ୍‌ ମଧ୍ୟ ନଜର ଆସିଛି । ଏହି ମିସାଇଲର ଫାୟାର କ୍ଷମତା ପାଖାପାଖି ୨୦୦ କିଲୋମିଟର । ଏହା ବ୍ୟତୀତ ଏୟାରବେସ୍‌ ଠାରେ ଶିୟାନ ୱାଇ-୨୦ ମାଲବାହକ ସୈନ୍ୟ ବିମାନ ମଧ୍ୟ ନଜର ଆସୁଛି ।

ଚୀନୀ ଏଚ୍‌-୬ ବମ୍ୱରକୁ ଅଧିକ ଦୂରଯାଏ ଟାର୍ଗେଟ୍‌ କରିବା ପାଇଁ ସ୍ୱତନ୍ତ୍ର ଡିଜାଇନ୍‌ କରାଯାଇଛି । ଏହି ବିମାନ ପରମାଣୁ ଆକ୍ରମଣ କରିବାରେ ମଧ୍ୟ ସକ୍ଷମ । ଚୀନ୍‌ର ଏହି ବିମାନକୁ ବିଶେଷ ରୂପରେ ଆମେରିକାରର ଗୁଆମ ବେସ୍‌ କୁ ଟାର୍ଗେଟ୍‌ କରିବା ପାଇଁ ସାମିଲ୍‌ କରାଯାଇଛି । ଏହାର ପୂର୍ବ ମଡେଲରେ ମିସାଇଲର କ୍ଷମତା ସୀମିତ ଥିଲା , କିନ୍ତୁ ଏହାକୁ ଅପଗ୍ରେଡ୍ କରି ଏବେ ଆହୁରି ଉନ୍ନତ କରାଯାଇଛି ।

ଚୀନ ଗତ କିଛି ଦିନରୁ ଡୋକଲାମ ପାଖରେ ନିଜର କାର୍ଯ୍ୟକଳାପ ବଢ଼ାଇ ଚାଲିଛି। ୨୦୧୭ରେ ଡୋକଲାମରେ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ହୋଇଥିଲା ଏବଂ ପୁଣି ୭୩ ଦିନର ଗତିରୋଧ ପରେ ଚୀନ୍‌ର ସୈନିକ ମାନେ ପଛକୁ ହଟିଥିଲେ । ଇଣ୍ଟେଲିଜେନ୍ସି ଏଜେନ୍ସି ସୂତ୍ର ଅନୁସାର , ଚୀନ୍ ଜୁନ୍‌ ଓ ଜୁଲାଇ ରେ ଡୋକଲାମ ପାଖରେ ନୂଆ କାମ କରିଛି । ସେ ନର୍ଥ ଡୋକଲାମର ଜେନେରାଲ ଏରିଆରେ ଏହି ନିର୍ମାଣ କାମ କରୁଛି ।


Share It

Comments are closed.