ଆଜି ରାଜ୍ୟରେ ସର୍ବାଧିକ ୧୬ ଜଣଙ୍କ ମୃତ୍ୟୁ


ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୫୨ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୬ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ଜଣଙ୍କ ଜୀବନ ଯାଇଛି। ପୁରୀ ଜିଲାରୁ ୪ ଓ କେନ୍ଦ୍ରାପଡା ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ମୟୁରଭଞ୍ଜ, ବଲାଙ୍ଗିର, ନୟାଗଡ଼, ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।


Share It

Comments are closed.