ଲକ୍‌ଡାଉନ ସମୟରେ ଘରୁ ନବାହାରିବା ପାଇଁ ବାରଣ କରିବାରୁ ସାନ ଭାଇକୁ ହତ୍ୟା କଲା ବଡ ଭାଇ


କରୋନା ଭାଇରସର ପ୍ରକୋପକୁ ନେଇ ଅନେକ ଖବର ବର୍ତ୍ତମାନ ସାମନାକୁ ଆସୁଥିବାବେଳେ ଅନ୍ୟପଟେ ଏହି ମହାମାରୀ ସମୟରେ ଜଣେ ବ୍ୟକ୍ତି ନିଜ ଭାଇକୁ ହତ୍ୟା କରିବାର ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏହି ଘଟଣାଟି ମୁମ୍ବାଇର ଅଟେ । ମିଳିଥିବା ସୂଚନା ମୁତାବକ, ଲକଡାଉନ ସମୟରେ ଜଣେ ବ୍ୟକ୍ତି ତାଙ୍କ ବଡ ଭାଇଙ୍କୁ ଘରୁ ନବାହାରିବା ପାଇଁ ବାରଣ କରିବାରୁ ଉକ୍ତ ବ୍ୟକ୍ତି ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ତାଙ୍କ ସାନ ଭାଇଙ୍କୁ ହତ୍ୟା କରିଥିବାର ଘଟଣା ବର୍ତ୍ତମାନ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣାଟି ମୁମ୍ବାଇ ଇଷ୍ଟର ଅଟେ ।

କରୋନା ମୁକାବିଲା ପାଇଁ ସାରା ଦେଶବ୍ୟାପି ୨୧ଦିନର ଲକଡାଉନ ଘୋଷଣା କରାଯାଇଥିବାବେଳେ ଏହି ସମୟରେ କାହାରିକୁ ଘରୁ ନବାହାରିବା ପାଇଁ ଆଦେଶ ମଧ୍ୟ ଦିଆଯାଇଛି ।  ମିଳିଥିବା ସୂଚନା ମୁତାବକ, ୨୮ ବର୍ଷିୟ ଜଣେ ଯୁବକ ଲକଡାଉନ ସମୟରେ ଘରୁ ବାହାରିବା ପାଇଁ ଚେଷ୍ଟା କରୁଥିବାବେଳେ ତାଙ୍କ ସାନ ଭାଇ (ବୟସ ୨୧) ଏହା ନକରିବା ପାଇଁ ବାରଣ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରୁ ଖୁବ ଜୋରସେ ତିକ୍ତତା ଆରମ୍ଭ ହୋଇଯାଇଥିଲା, ଯାହା ଫଳରେ ବଡ ଭାଇ ଜଣକ ରାଗିଯାଇ ଏକ ଶକ୍ତ ତାଳିରେ ତାଙ୍କ ସାନ ଭାଇର ମୁଣ୍ଡକୁ ଖୁବ ଜୋରସେ ଆଘାତ କରିଥିଲେ । ଏହା ପରେ ସାନ ଭାଇର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ପତ୍ନୀ ମଧ୍ୟ ଏହି ସମୟରେ ଘରୁ ବାହାରିବା ପାଇଁ ଚେଷ୍ଟା କରୁଥିଲେ । ମୃତକଙ୍କନାମ ଦର୍ଗେଶ ଠାକୁର ଥିବାବେଳେ ତାଙ୍କ ବଡ ଭାଇଙ୍କ ନାମ ହେଉଛି ରାଜେଶ ଠାକୁର । ପୋଲିସ ବର୍ତ୍ତମାନ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି ।


Share It

Comments are closed.