ଅନ୍ତିମ ଯାତ୍ରାରେ ମଧ୍ୟ ସାମାଜିକ ଦୂରତା ବଜାୟୀ ରଖି ସମସ୍ତଙ୍କୁ ପାଇଁ ଉଦାହରଣ ପାଲଟିଲେ ଶାହାଜାନପୁର ନିବାସୀ


ସଂକ୍ରମିତ ବ୍ୟକ୍ତି ଜନ ସମୂହଙ୍କ ସଂସ୍ପର୍ଶରେ ଆସିଲେ ଏହି ଭାଇରସ ସେମାନଙ୍କୁ ସଂକ୍ରମଣ କରିବାର ସମ୍ଭାବନା ରହିଥିବାବେଳେ ଅନ୍ୟପଟେ ଉତ୍ତରପ୍ରଦେଶ ଶାହାଜାହ୍ନାପୁରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକି ସମସ୍ତଙ୍କ ଉଦାହରଣ ସଦୃଶ୍ୟ । ଉତ୍ତରପ୍ରଦେଶର ଶାହାଜାନପୁରରେ ଏକ ଅନ୍ତିମ ଯାତ୍ରାରେ ମଧ୍ୟ ଏହି କଥା ବେଶ ଗୁରୁତ୍ୱର ସହ ନିଆଯାଇ ସାମାଜିକ ଦୂରତା ବଜାୟୀ ରଖିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶୁକ୍ରବାର ସକାଳେ ଜଣେ ବୃଦ୍ଧାଙ୍କୁ ନିଧିନ ହୋଇଯାଇଥିଲା । ତାଙ୍କର ଅନ୍ତମ ଯାତ୍ରାରେ ହାତ ଗଣତି କେତେକ ଲୋକେ ସାମିଲ ହୋଇଥିବାର କିଛି ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ମିଳିଥିବା ସୂଚନା ମୁତାବକ ବାକି ଲୋକଙ୍କୁ ଏହି ଅନ୍ତିମ ଯାତ୍ରାରେ ଭିଡ ନକରିବା ପାଇଁ ପରିବାର ପକ୍ଷରୁ ସ୍ପଷ୍ଟ ଋପେ ମନା କରାଇ ଦିଆଯାଇଥିଲା ।
ଏହା ସହ ଅନ୍ତିମ ଯାତ୍ରାରେ ଶବକୁ କାନ୍ଧ ଦେଇଥିବା ଲୋକେ ମୁହଁରେ ମାସ୍କ ପିନ୍ଧିବା ସହ ୧ ମିଟର ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଦୂରତା ମଧ୍ୟ ବଜାୟୀ ରଖିଥିଲେ । ଏହା ପରେ ଶ୍ମଶାନ ଘାଟ ଭିତରେ ମଧ୍ୟ ସମସ୍ତେ ପରସ୍ପର ଠାରୁ ସାମାଜିକ ଦୂରତା ବଜାୟୀ ରଖିଥିବାର ସୂଚନା ମିଳିଥିବାବେଳେ ସମସ୍ତେ ପରସ୍ପର ଠାରୁ ଦୂରେଇ ହୋଇ ଅଲଗା ଅଲଗା ବସିଥିଲେ । ମିଳିଥିବା ସୂଚନା ମୁତାବକ ଏହି ଅନ୍ତିମ ଯାତ୍ରାରେ ହାତ ଗଣତି ୧୦ରୁ ୧୨ ଭିତରେ ଲୋକେ ସାମିଲ ଥିଲେ ।
ଏହା ଏକ ଶିକ୍ଷା ସେହି ମାନଙ୍କ ପାଇଁ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନମାନଙ୍କରେ ଭିଡର ଆସରା ଜମାଇ ଖଟି କରୁଛନ୍ତି । କେବଳ ଏତିକି ନୁହେଁ ଆହୁରୀ ବି ଅନେକ ଲୋକ ଅଛନ୍ତି ଯେଉଁ ବର୍ତ୍ତମାନର ପରିସ୍ଥିତିରେ ମଧ୍ୟ ବାଇକରେ ଦୁଇ ତିନି ବସି ସହର ପରିକ୍ରମା କରିବା ପାଇଁ ଘରୁ ବାହାରି ଯାଉଛନ୍ତି ।


Share It

Comments are closed.