କରୋନା ବିରୋଧୀ ଲଢେଇ ପାଇଁ ମଇଦାନକୁ ଓହ୍ଲାଇଲା ଭାରତୀୟ ସେନା, ‘ଅପରେସନ ନମସ୍ତେ’ର କଲା ଶୁଭାରମ୍ଭ


ଦେଶରେ କୋରନା ଭାଇରସକୁ ନେଇ ବୃଦ୍ଧି ପାଉଥିବା ସଙ୍କଟ ବିରୋଧରେ ଲଢେଇ କରିବା ପାଇଁ ଭାରତୀୟ ସେନା ବର୍ତ୍ତମାନ ମଇଦାନକୁ ଓହ୍ଲାଇଛି । ସେଥିପାଇଁ ସେନା ‘ଅପରେସନ ନମସ୍ତେ’ର ଶୁଭାରମ୍ଭ କରିଛି । ଏହି ସଂପର୍କରେ ମତ ରଖି ସେନା ମୁଖ୍ୟ ଏମ ଏମ ନରୱେଣେ କହିଛନ୍ତି ଯେ, ଏହି ମହାମାରୀ ବିରୋଧରେ ଲଢେଇ କରିବା ପାଇଁ ସରକାରଙ୍କୁ ସାହାର୍ଯ୍ୟ କରିବା ହେଉଛି ସେନାର ଦାୟିତ୍ୱ ।
ଏହି ଘଡିସନ୍ଧି ମୂହୂର୍ତ୍ତରେ ନରୱେଣେ ସୀମାରେ ମୁତୟନ ଥିବା ସେନାଙ୍କୁ ନିଜର ସମ୍ପର୍କୀୟ ଓ ପ୍ରିୟଜନଙ୍କ ବିଷୟରେ ଚିନ୍ତା ନକରିବା ସହ ସମସ୍ତ ଛୁଟି ବାତିଲ କରିବା ପାଇଁ ସେ ଆଦେଶ ଦେଇଛନ୍ତି । ଏହିଭଳି ପରିସ୍ଥିତ ‘ଅପରେସନ ପରାକ୍ରମ’ ସମୟରେ ହୋଇଥିଲା ଯେଉଁଥିଲେ ଆମକୁ ସଫଳତା ମିଳିଥିଲା । ସେହିଭଳି ‘ଅପରେସନ ନମସ୍ତେ’ରେ ବି ସଫଳତା ମିଳିଥିଲା ।

ସେ ଆହୁରୀ କହିଛନ୍ତି ଯେ, କରୋନା ଭାଇରସ ବିରୋଧୀ ଲଢେଇରେ ସେନାର ଦାୟିତ୍ୱ ହେଉଛି ଆମେ ସରକାର ଏବଂ ଜନତାଙ୍କର ସେବା କରିବା । ଜଣେ ସେନା ମୁଖ୍ୟ ହୋଇଥିବା ହେତୁ ମୁଁ ମୋ ସୈନିକଙ୍କୁ ଫୁର୍ତ୍ତି ଏବଂ ସୁରକ୍ଷିତ ରଖିବା ମୋ କର୍ତ୍ତବ୍ୟ । ଆମେ ଆମ କର୍ତ୍ତବ୍ୟ ଦ୍ୱାରା ସେତେବେଳେ ସେବା କରିପାରିବା ଯେତେବେଳେ ଆମେ ନିଜେ ଫୁର୍ତ୍ତି ରହିପାରିବା ।
ସେନା ମୁଖ୍ୟ ଆଗକୁ କହିଛନ୍ତି, ଦେଶକୁ ରକ୍ଷା କରିବା ପାଇଁ ଆମେ ନିଜେ ଫୁର୍ତ୍ତି ଏବଂ ସୁରକ୍ଷିତ ରହିବା ଏହା ନିହାତି ଜରୁରୀ । ଏହାକୁ ଧ୍ୟାନରେ ରଖି ଗତ କିଛି ସପ୍ତାହ ହେବ ଦୁଇ-ତିନିଟି ନିର୍ଦ୍ଦେଶନାମା ଜାରି କରିଥିଲୁ, ଯାହାକୁ ନିହାତି ପାଳନ କରିବା ଆବଶ୍ୟକ । ଭାରତୀୟ ସେନା ଏହାକୁ ଅପରେସନ ନମସ୍ତେ ରଖିଛି ।


Share It

Comments are closed.