ରାଜ୍ୟରେ ୩୦୨୫ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ


ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୦୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୬୫୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୪୪ଜଣ କ୍ୱାରେଣ୍ଟାଇନ‌ରେ ରହିଥିବା ବେଳେ ୧୧୮୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୬, କଟକରୁ ୩୧୨, ମୟୂରଭଞ୍ଜରୁ ୨୧୫, ଗଞ୍ଜାମରୁ ୨୦୭, କୋରାପୁଟରୁ ୧୩୯, ପୁରୀରୁ ୧୩୬, ଢେଙ୍କାନାଳରୁ ୧୩୨, କେନ୍ଦ୍ରାପଡ଼ାରୁ ୧୨୮, ଭଦ୍ରକରୁ ୯୪, ଯାଜପୁରରୁ ୮୫, ସମ୍ବଲପୁରରୁ ୮୩, କଳାହାଣ୍ଡିରୁ ୮୨, ନୂଆପଡ଼ାରୁ ୭୯ ପଜିଟିଭ୍,ଜଗତସିଂହପୁର ୭୮, ବରଗଡ଼ ୬୧, ଝାରସୁଗୁଡ଼ା ୫୯ , ନୟାଗଡ଼ ୬୭, ଅନୁଗୁଳ ୫୮, ସୁନ୍ଦରଗଡ଼ ୫୬, କେନ୍ଦୁଝର ୫୦, ନବରଙ୍ଗପୁର ୪୬, ବାଲେଶ୍ୱର ୪୦, ମାଲକାନଗିରି ୩୨, ଗଜପତି ୨୯, ବଲାଙ୍ଗିର ୨୪, ରାୟଗଡ଼ା ୧୩, କନ୍ଧମାଳ ଓ ସୁବର୍ଣ୍ଣପୁରରୁ ୨୨ ଜଣ ଲେଖାଏଁ, ବୌଦ୍ଧରୁ ୯ ଓ ଦେବଗଡ଼ରୁ ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୬୫୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୭୧୯ ଆକ୍ଟିଭ୍ କେସ୍ ରହିଥିବା ବେଳେ୭୭୨୮୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୮୩୯୮୫୪ଟି ସାମ୍ପୁଲ ଟେଷ୍ଟ୍ ହୋଇଛି


Share It

Comments are closed.