ଦେଶରେ ୬୦୬କୁ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା, ୧୨ ମୃତ


କରୋନା ଭାଇରସରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ମୁତାବକ ଭାରତରେ ଏହି ଭାଇରସ କାରଣରୁ ବର୍ତ୍ତମାନ ସୁଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜମ୍ମୁ କାଶ୍ମୀରରେ ଏହି ଭାଇରସ ନିଜର ପ୍ରଥମ ମୁଣ୍ଡ ନେଇଛି । ମୃତ ବ୍ୟକ୍ତି ଜଣକ ୬୫ ବର୍ଷର ବୃଦ୍ଧା ହୋଇଥିବାବେଳେ ଦେଶରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୬୦୬ ରେ ଆସି ପହଞ୍ଚି ଯାଇଛି । ତେବେ ଏହି ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ୪ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ପଜିଟିଭ ଆସିଥିବାବେଳେ ବର୍ତ୍ତମାନ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
କରୋନା ଭାଇରସ ସହ ଲଢେଇ କରିବା ପାଇଁ ସାରା ଦେଶକୁ ସରକାର ଲକଡାଉନ କରିଥିବାବେଳେ ଏହା ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ । ପ୍ରଧାନମନ୍ତ୍ରୀ ମଙ୍ଗଳବାର ଲକଡାଉନ ସଂପର୍କରେ ଘୋଷଣା କରିବା ସହ ଆବଶ୍ୟକ ନଥିଲେ ଘରୁ କେହି ବାହାରନ୍ତୁ ନାହିଁ ବୋଲି ସେ ନିବେଦନ କରିଛନ୍ତି ।


Share It

Comments are closed.