କରୋନା ଭାଇରସରେ ସଂକ୍ରମିତ ହେଲେ ଇଂଲଣ୍ଡ ରାଜା ପ୍ରିନ୍ସ ଚାର୍ଲସ


ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି। ୭୧ ବର୍ଷ ବୟସ୍କ ପ୍ରିନ୍ସ ଚାର୍ଲସ ନିକଟରେ ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏବେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ତେବେ ବ୍ରିଟିସ ରାଜ ପରିବାରର ମୁଖପାତ୍ର କହିଛନ୍ତି, ପ୍ରିନ୍ସ ଚାର୍ଲସଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ରହିଛି। କିଛି ଦିନ ହେଲା ସେ ଘରେ ରହି କାର୍ଯ୍ୟ କରୁଛନ୍ତି।
ସେହିପରି ପ୍ରିନ୍ସ ଚାର୍ଲସ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାରୁ ତାଙ୍କ ପତ୍ନୀ କାମିଲାଙ୍କୁ ଆଇସୋଲେସନରେ ରଖାଯାଇଛି। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଉଭୟ ସ୍କଟଲ୍ୟାଣ୍ଡରରେ ଥିବା ବ୍ରିକହଲ ବାସଭବନରେ ରହିଛନ୍ତି । ସେହିପରି ସେମାନଙ୍କ ସହ କାର୍ଯ୍ୟ କରୁଥିବା ୬ ଜଣ ଅଧିକାରୀମାନଙ୍କୁ ମଧ୍ୟ ଆଇସୋଲେସନ କରାଯାଇଛି।


Share It

Comments are closed.