କରୋନା ଭାଇରସ ଫ୍ରି ହେଉଛି ଏହି ୧୫ଟି ଦେଶ, ଯେଉଁଠାରେ ଜଣେ ବି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି


କରୋନା ଭାଇରସର ଭୟାବହତାକୁ ନେଇ ବିଶ୍ୱରେ ସମସ୍ତେ ପରିଚିତ ଥବାବେଳେ ନଭେମ୍ବର ୧୭ରୁ ଚୀନରେ ଦେଖାଦେଇଥିବା ଏହି ଭାଇରସ ବର୍ତ୍ତମାନ ସାରା ବିଶ୍ୱରେ ନିଜ କାୟା ବିସ୍ତାର କରିସାରିଲାଣି । ଏବେ ସୁଧା ୨୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତ ଏହି ଭାଇରସ ଦ୍ୱାରା ସଂକ୍ରିମତ ହୋଇ ସାରିଥବାବେଳେ ୧ଲକ୍ଷ ୨୬ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ ଏହି ଭାଇରସ ଯୋଗୁଁ ପ୍ରାଣ ହରାଇ ମଧ୍ୟ ସାରିଲେଣି । କିନ୍ତୁ ଏବେ ବି ଦୁନିଆର ଏଭଳି କେତେକ ଦେଶ ରହିଛି ଯେଉଁଠାରେ କରୋନା ଭାଇରସ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚିପାରି ନାହିଁ । ଆମେ ଆପଣଙ୍କ ସେହି ୧୫ଟି ଦେଶର ନାମ କହିବୁ ।
ଦୁନିଆର ସାତଟି ମହାଦ୍ୱୀପ ମଧ୍ୟରୁ ୬ଟି ମହାଦ୍ୱୀପରେ କରୋନା ଭାଇରସ ପହଞ୍ଚି ଯାଇଥିବାବେଳେ ଆଣ୍ଟାର୍କଟିକା ହେଉଛି ଏଭଳି ଏକ ମହାଦ୍ୱୀପ ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମାମଲା ସାମନାକୁ ଆସି ନାହିଁ । କିନ୍ତୁ ଏହା ଛଡା ଅନ୍ୟ କେତେକ ଦେଶ ମଧ୍ୟ ରହିଛି ଯେଉଁଠାରେ କରୋନା ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ ।
ସେହି ୧୫ ଟି ଦେଶମାନେ ହେଲେ କୋମୋରସ୍‌, କିରିବାଟି, ଲେସୋଥୋ, ମାର୍ସଲ ଆଇଲାଣ୍ଡ, ମାଇକ୍ରୋନେସିଆ , ନର୍ଥ କୋରିଆ, ପଲାଉ, ସାମୋଆ, ଶୋଲମନ ଆଇଲ୍ୟାଣ୍ଡ, ତାଜିକିସ୍ତାନ, ଟୋଙ୍ଗା, ତୁର୍କେମେନିସ୍ତାନ, ତୁଭାଲୁ, ଭାନୁଅଟୁ ।
ଏହି ଦେଶମାନଙ୍କରେ କରୋନା ପହଞ୍ଚି ନଥିବାର କାରଣ ଏହା ଯେ, ଏହା ହେଉଛି କମ ଜନସଂଖ୍ୟା ବିଶିଷ୍ଟ ଦେଶ । ଏହି ୧୫ଟି ଦେଶ ମଧ୍ୟରୁ ଅଧିକାଂଶ ଛୋଟ ଦୀପ ସମୂହ ରହିଛି । ଏହି ଦୀପ ଏତେ ଜଣାଶୁଣା ନୁହେଁ ଯେ, ଯେଉଁଥିପାଇଁ ପର୍ଯ୍ୟଟକଙ୍କ ସର୍ବଦା ଗମନାଗମନ ଲାଗି ରହିବ । ଏଥି ଯୋଗୁଁ ଏଠି ବିନା କୌଣସି ନିୟମରେ ସାମାଜିର ଦୂରତା ବଜାୟୀ ରହୁଛି ।
ସେହିଭଳି ନର୍ଥ କୋରିଆ ଚୀନର ସୀମାନ୍ତରେ ରହି ମଧ୍ୟ ସେଠାରେ କୌଣସି ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ନିଜ ଦେଶକୁ କରୋନା ଫ୍ରି ଘୋଷିତ କରି କରୋନା ନର୍ଥ କୋରିଆ କହିଛି ଯେ, ଆମେ ଠିକ ସମୟରେ ସମସ୍ତ ସଡକ, ବିମାନ ବନ୍ଦର, ସମୁଦ୍ର ତଟ ବନ୍ଦ କରିଦେଇଥିଲୁ ଯେଉଁଥିପାଇଁ ଦେଶ କରୋନା ସଂକ୍ରିମତ ହେବାରୁ ବଞ୍ଚି ଗଲା ।


Share It

Comments are closed.