କୋଭିଡ-୧୯ ପରୀକ୍ଷା ପରେ ନିଜକୁ ହୋମ କ୍ୱାରେଣ୍ଟାଇନରେ ରଖିଲେ ବିଜୟ ଋପାନୀ


ଗୁଜୁରାଟର ଜଣେ କଂଗ୍ରେସ ବିଧାୟକ ଠାରେ କରୋନା ଭାଇରସ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ବିଜୟ ଋପାନୀଙ୍କର ବୁଧବାର ଦିନ କୋଭିଡ-୧୯ ପରୀକ୍ଷା କରାଯାଇଥିଲା । କିନ୍ତୁ ଡାକ୍ତରଙ୍କୁ ଋପାନୀଙ୍କ ଠାରେ କରୋନା ଭାଇରସର କୌଣସି ଲକ୍ଷଣ ମିଳିନଥିଲା । ଏହା ସତ୍ତ୍ୱେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜକୁ ହୋମ କ୍ୱାରେଣ୍ଟାଇନ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଋପାନୀ ମଙ୍ଗଳବାର ଦିନ କଂଗ୍ରେସ ବିଧାୟକଙ୍କ ସହ ଏକ ବୈଠକ କରଥିଲେ । ଏମାନଙ୍କ ମଧ୍ୟରେ ସାମିଲ କଂଗ୍ରେସ ବିଧାୟକଙ୍କ ଠାରେ କରୋନା ଭାଇରସ ଲକ୍ଷଣ ଚିହ୍ନଟ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ଋପାନୀଙ୍କ ସଚିବ ଅଶ୍ୱନୀ କୁମାର କହିଛନ୍ତି ଯେ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ଋପାଣୀ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାଙ୍କ ଘରେ କୌଣସି ବାହ୍ୟ ବ୍ୟକ୍ତିଙ୍କୁ ଯିବାକୁ ଅନୁମତି ନାହିଁ ।
ଏହା ପୂର୍ବରୁ ମଙ୍ଗଳବାର ଦିନ କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲାଙ୍କ ଠାରେ କରୋନା ଲକ୍ଷଣ ଚିହ୍ନଟ କରାଯିବା ପରେ ତାଙ୍କୁ ତୁରନ୍ତ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଇ ଦିଆଯାଇଛି । ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀଙ୍କ ଗାନ୍ଧୀ ନଗର ନିବାସରେ ହୋଇଥିବା ବୈଠକରେ କଂଗ୍ରେସ ବିଧାୟକ ଇମ୍ରାନଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ବିଧାୟକ ମଧ୍ୟ ସାମିଲ ଥିଲେ ।


Share It

Comments are closed.